କାଳୀ ଭସାଣୀ ବେଳେ ଆହତ ନାରଣଙ୍କୁ ଭେଟିଲେ ପୂର୍ବତନ ବିଧାୟକ ପ୍ରଭାତ
କଟକ : ସିଏମସି ୫୫ନଂ ୱାର୍ଡର ବହୁ ପୁରାତନ ତଥା ପ୍ରସିଦ୍ଧ ବିଦ୍ୟାଧରପୁରର କାଳୀ ମେଲଣ ଭସାଣୀ ଉତ୍ସବରେ ବାସୁଳେଇ ସାହିର ମେଢ଼ ଯାଉଥିବା ସମୟରେ ଗଣ୍ଡଗୋଳ ସୃଷ୍ଟି ହେବାରୁ ପୋଲିସ ମାଡରେ ଭୋଇ ସାହିର ସ୍ୱର୍ଗତ ମନିଆ ଭୋଇଙ୍କ ପୁତ୍ର ନାରାୟଣ (ନାରଣ) ଭୋଇ ଆହତ ହୋଇଥିଲେ । ଏହି ଦୁଃଖଦ ଘଟଣା ଶୁଣିବା ପରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଆହତ ନାରଣଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ ଲାଭ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୫୫ନଂ ୱାର୍ଡର୍ର ୱାର୍ଡ ସଭାପତି ଅଭୟ ଲେଙ୍କା, ଦିଲ୍ଲିପ ମହାନ୍ତି, ସୁରେନ୍ଦ୍ର ଭୋଇଙ୍କ ସମେତ ଅଂଚଳର ସ୍ଥାନୀୟ ମୁରବୀ ବୃନ୍ଦମାନେ ଉପସ୍ଥିତ ଥିଲେ ।
