ଚୌଦ୍ୱାର କଟକ ବିଜେଡିର ଜନସର୍ମ୍ପକ ପଦଯାତ୍ରା
କଟକ : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚୈାଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ବିଜୁ ଜନତାଦଳ ଚୌଦ୍ୱାର କଟକର ଜନସମ୍ପର୍କ ପଦଯାତ୍ରା ଗତ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀଠାରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ୪୫ଦିନ ବ୍ୟାପି ଏହି ଜନ ସଂର୍ପକ ପଦଯାତ୍ରା ପାଳନ କରାଯାଉଥିଲା ବେଳେ ଆଜି ତାହା ୩୫ ଦିନରେ ପହଂଚିଛି । ଏହି ଅବସରରେ ଚୈାଦ୍ୱାର କଟକର ବିଧାୟକ ସୌଭିକ ବିଶ୍ୱାଳଙ୍କ ପୈାରୋହିତ୍ୟରେ କଟକ ମହାନଗର ନିଗମ ଅନ୍ତର୍ଗତ ୩୪ନଂ ୱାର୍ଡର ବିଭିନ୍ନ ଅଂଚଳ ଯଥା ମାଛୁଆବଜାର ଛକଠାରୁ ଆରମ୍ଭ ହୋଇ ବାସୁଳୀ ସାହି, ବଣିଆ ସାହି, ମଙ୍ଗଳାବାଗ, ମହ୍ଲାସାହି, ମଝି ସାହି, ନୂଆପାଟଣା ଛକ ପର୍ଯ୍ୟନ୍ତ ଏକ ବିଶାଳ ଜନ ସଂର୍ପକ ପଦଯାତ୍ରା କରାଯାଇଥିଲା । ଏହି ଜନ ସଂର୍ପକ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳର ବିକାଶର ବାର୍ତ୍ତା ଘରେ ଘରେ ପହଂଚାଇବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷର ନିରନ୍ତର ଜନସେବାରେ ନିଜକୁ ନିୟୋଜିତ କରି ଓଡିଶାବାସୀଙ୍କ ଆସ୍ଥା ଓ ଭରସାର ପ୍ରତୀକ ହୋଇପାରିଛନ୍ତି ଓ ଜନ ସଂର୍ପକ ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ ଉପସ୍ଥିତ କର୍ମୀଙ୍କୁ ବିଧାୟକ ଶ୍ରୀ ବିଶ୍ୱାଳ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ନଗର ସଭାପତି ମଧୁସୁଦନ ସାହୁ, ଜିଲ୍ଲା କମିଟିର ଶିବେନ୍ଦ୍ର ହାତୀ, ପ୍ରଫୁଲ୍ଲ ବେହେରା, ଦେବେନ୍ଦ୍ର କାହାଳୀ, ଆଶିଷ ସ୍ୱାଇଁ, କର୍ପୋରେଟର ଇଂ ସୁବ୍ରତ ଘଡାଇ, ଯତିନ କୁମାର ବେହେରା, ପ୍ରଦୀପ କୁମାର ସାହୁ, ପଦ୍ମିନୀ ସାହୁ, ତାପସ ସାମନ୍ତରାୟ, ପ୍ରମିଳା ମହାନ୍ତି, ନଗର କମିଟିର ତାପସ ମହାନ୍ତି, ରାଜେନ୍ଦ୍ର ରଣା, ସୁକାନ୍ତ କୁମାର ସାହୁ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ଚୈାଦ୍ୱାର କଟକର ମହିଳା ସଭାପତି ସୈାଭାଗିନୀ ଜେନା, ଅନୁପମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
