ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ
ପୁରୀ : ମହାପୂଣ୍ୟ ମହାକାର୍ତିକରେ ଶ୍ରୀକ୍ଷେତ୍ର ହୋଇଛି ଚଳଚଞ୍ଛଳ । ଚାରିଆଡ଼େ ଧାର୍ମିକ ମାହୋଲ । ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ହବିଷ୍ୟାଳି କେନ୍ଦ୍ରମାନରେ ରାଇଦାମୋଦର ପୂଜାରେ କମ୍ପୁଛି । ପଞ୍ଛକ ପାଇଁ ପଞ୍ଛିତୀର୍ଥ ପୁଷ୍କରଣୀରେ ଗହଳି ଲାଗିରହିଛି । କାର୍ତିକ ମାସରେ ପ୍ରତିଦିନ ଜଗନ୍ନାଥ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମରଚିକୋଟ ଠାରୁ ଭକ୍ତ ସେଡ଼ ପର୍ଯ୍ୟନ୍ତ ୪ଧାଡ଼ିଆ ବ୍ୟାରିକେଡ଼ରେ ଭକ୍ତମାନେ ଯାଉଛନ୍ତି । ଆଜି ପଞ୍ଛକର ତୃତୀୟ ଦିବସ ଓ ରବିବାର ପଡ଼ିଥିବାରୁ ଗହଳି ଏତେମାତ୍ରାରେ ବଢିଯାଇଛି ଯେ, ଧାଡ଼ି ଲମ୍ବିଛି ଟାଉନଥାନା ପର୍ଯ୍ୟନ୍ତ । ଅନେକ ଭକ୍ତ ଧାଡ଼ି ଦେଖି ନୀଳଚକ୍ର ଓ ପତିତପାବନଙ୍କୁ ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଛି । ମାର୍କେଟ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ଚାଲିକରି ଯିବା କଷ୍ଟ ସାଧ୍ୟ ହୋଇପଡ଼ିଛି । ମନ୍ଦତର ଚାରିପଟେ ସାହିମାନଙ୍କୁ ଯାଅ।।ସ କରିବାରେ ଅସୁବିଧା ସୃଷ୍ଟି ହୋଇଛି । ଲକ୍ଷ୍ମୀବଜାରରୁ ହବିଷ୍ୟାଳିମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆନନ୍ଦ ବଜାରରେ ମହାପ୍ରସାଦ ଦର ଦେଖି କେବଳ ପ୍ରସାଦ ପାଇ ମନ ବୁଝାଉଛନ୍ତି ଭକ୍ତ । ସେହିଭଳି ସମୁଦ୍ରକୂଳେ ସକାଳୁ ବାଲିରେ ରାଇଦାମୋଦର ପୂଜା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଛୁଟି ଦିନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସମୁଦ୍ର ସମ୍ମୁଖ ହୋଟେଲ ଗୁଡ଼ିକରେ ରୁମ ମିଳିବା କଷ୍ଟସାଧ୍ୟ ହୋଇଛି । ମାର୍କଣ୍ଡ ପୁଷ୍କରଣୀ,ନରେନ୍ଦ୍ର ପୁଷ୍କରଣୀ, ଶେତ୍ୱଗଙ୍ଗା ,ଇନ୍ଦ୍ରଦ୍ୟୁମ୍ନ ପୁଷ୍କରଣୀରେ ପଞ୍ଛକ ବ୍ରତଧାରୀମାନେ ସାନ୍ନ କରିବା ସହ ପାଣି ଛିଞ୍ଛନ କରୁଥିବା ଦେଖିବାକୁ ମିଳିଛି । ହବିଷ୍ୟାଳି କେନ୍ଦ୍ର ସହ ଶ୍ରୀକ୍ଷେତ୍ରର ଅନେକ ସ୍ଥାନରେ ସଂଧ୍ୟା ସମୟରେ ମାଟି ହାଣ୍ଡିରେ ଆକାଶ ଦୀପ ଜଳୁଥିବା ଦେଖିବାକୁ ମିଳୁଛି । ହବିଷ୍ୟାଳି କେନ୍ଦ୍ରରେ ଥିବା ହବିଷ୍ୟାଳି ଓ ସହରରେ ରହୁଥିବା ହବିଷ୍ୟାଳିଙ୍କ ସମ୍ପକୀୟମାନେ ହବିଷ୍ୟାଳିଙ୍କୁ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି । ପଞ୍ଛକରେ ଚାରିଆଡ଼େ ଧର୍ମଚର୍ଚ୍ଚା, ଭଜନ ସମାରୋହ, ପଞ୍ଛକ ମୋହାତ୍ସବ ପାଳିତ ହେଉଛି । ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ବଳଗଣ୍ଡି ଛକରେ ଭଜନ ପରିବେଷଣକୁ ହଜାର ଭକ୍ତ ଶୁଣୁଛନ୍ତି । ମାଉସୀମା ମନ୍ଦିର ନିକଟରେ ପଞ୍ଛକ ମହୋତ୍ସବରେ ହଜାର ହଜାର ଧାର୍ମିକ ବ୍ୟକ୍ତି ପ୍ରବଚନ ଶୁଣୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । କାର୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଭକ୍ତ ଦର୍ଶନ ସଂଖ୍ୟା ବୃଦ୍ଧି ପାଉଛି ।
