ରାହାସ ଶତବାର୍ଷିକ ମହୋତ୍ସବ ଉଦ୍ଘାଟିତ
ଯାଜପୁର : ଦଶରଥପୁର ବ୍ଲକ ବିରଜାପୁର ପଞ୍ଚାୟତ ବଳିୟାର ସିଂ ସାହି ରାହାସ ପଡ଼ିଆସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ରାହାସ ଶତବାର୍ଷିକ ମହୋତ୍ସବ ଉଦ୍ଘାଟିତ ହୋଇଛି । ଯାଜପୁର ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ମୁଖ୍ୟ ଅତିଥିଭାବେ ମନ୍ଦିରରେ ପୂଜାର୍ଚ୍ଚନା କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଏକ ସାଂସ୍କୃତିକ ସଭାରେ ବିଶେଷ ଅତିଥିଭାବେ ବରିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ସତ୍ୟନାରାୟଣ ରାଉତରାୟ ଉପସ୍ଥିତ ରହି ରାହାସ ଶତବାର୍ଷିକ ମହୋତ୍ସବ ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିବା ସହିତ ମା’ବିରଜାଙ୍କ ନାମାନୁସାରେ ଏହି ଗ୍ରାମରେ ନାମ ବିରଜାପୁର ହୋଇଥିବା ବେଳେ ପୁରାତନ କାଳରେ ଏହି ଗ୍ରାମର ଶତାଧିକ ବ୍ୟକ୍ତି ମା’ବିରଜା ମନ୍ଦିର ନିର୍ମାଣ ଓ ପୂଜାର୍ଚ୍ଚନା ପାଇଁ ସୁରକ୍ଷା ଦାୟୀତ୍ୱରେ ଥିଲେ ବୋଲ ଲୋକକଥା ଥିବା କହିଥିଲେ । ମୁଖ୍ୟବକ୍ତାଭାବେ ପୁରୀ ସାନ ମଠ ମହନ୍ତ ଡଃ ବୈଷ୍ଣବ ଚରଣ ଦାଶ ଜଗନ୍ନାଥ ସଂସ୍କୃତିକୁ ନେଇ ବହୁ ଉପାଦେୟ ପ୍ରବଚନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ବିରଜାପୁର ସରପଞ୍ଚ ନିରାକାର ସାହୁ ରାହାସ ଶତବାର୍ଷିକ ଉତ୍ସବର ସଭାପତି ଦେବ କୁମାର ରାଉତରାୟ, ସାଧାରଣ ସମ୍ପାଦକ ଅଭିମନ୍ୟୁ ରାଉତ, ଜୟ ଜଗନ୍ନାଥ ପୂଜା କମିଟି ସଭାପତି ତରୁଣ କୁମାର ରାଉତରାୟ, ସାଧାରଣ ସମ୍ପାଦ ମାନସ କୁମାର ନାୟକ, ଶିକ୍ଷାବତ୍ ବିପିନ ବିହାରୀ ଜେନା, ସାହିତ୍ୟିକ ଘନ ପରିଡ଼ା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ହୃଦ୍ରୋଗ ବିଶେଷଜ୍ଞ ଶ୍ରୀରାଉତରାୟଙ୍କ ସମେତ ତ୍ରିଲୋଚନ ରାଉତରାୟ, ରସାନନ୍ଦ ରାଉତ ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ ପଣ୍ଡାଙ୍କ ନେତୃତ୍ୱରେ ସହଯୋଗୀ ସେବାୟତ ବିଗ୍ରହଙ୍କ ସକାଳ ଧୂପ, ବାଳ ଧୂପ, ଭୋଗ ମଣ୍ଡପ ଇତ୍ୟାଦିନ ନୀତିକାନ୍ତ ସମ୍ପର୍ଣ୍ଣ କରିବା ସହିତ ୩ଠାକୁରଙ୍କୁ ଏକାଧିକ ବେଶରେ ଭୁଷିତ କରିଥିଲେ । ପ୍ରଭାତରୁ ଶତାଧିକ ଶ୍ର୍ର୍ର୍ରଦ୍ଧାଳୁ ଧାଡ଼ିରେ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ଫୁଲ, ତୁଳସୀ ମାଳ, ଦୀପ ଜଳାଇ ପୂର୍ଚ୍ଚନା କରିଥିଲେ । ଏପରିକି ବହୁ ମାନସିକଧାରୀ ଏଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ଭୋଗକରି ପ୍ରସାଦ ସେବନ କରିଥିଲେ । ରାତ୍ରିରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକମ ଭଜନ ସନ୍ଧ୍ୟାରେ ସୁନାମ ଧନ୍ୟ ଗାୟକ ଶ୍ରୀଚରଣ ନିଜ ସୁମଧୁର କଣ୍ଠର ଭଜନ ଶ୍ରୋତାଙ୍କ ମନ୍ତ୍ରମୁଗ୍ଧ କରିଥିବା ବେଳେ ସର୍ବଶ୍ରୀ ମୁକ୍ତିକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଧାକାନ୍ତ ରାଉତରାୟ, ସନ୍ତେଷ ରାଉତରାୟ, ପ୍ରଦୀପ ସ୍ୱାଇଁ, ଶୁଭକାନ୍ତ ରାଉତରାୟ, ଉଷାପ୍ରସନ୍ନ ରାଉତରାୟ, ସରୋଜ କୁାମର ରାଉରାୟ, ତୁଷାରରଂଜନ ରାଉତରାୟ, ନଳିନୀକାନ୍ତ ରାଉତରାୟ, ସାଇ ସୁନ୍ଦର ରାଉତରାୟ, ସନ୍ତୋଷ ମହାନ୍ତି, ପ୍ରଶାନ୍ତ ରାଉତ, ସୂର୍ଯ୍ୟକାନ୍ତ ରାଉତରାୟ, ବଳରାମ ମାହୁନ୍ତ, ସୁଶାନ୍ତ ରାଉତରାୟଙ୍କ ସମେତ ଗ୍ରାମର ବହୁ ସଂକ୍ୟାରେ ଯୁବକ ମହୋତ୍ସବ ପରିଚାଳନାରେ ସାମିଲ ରହି ମହୋତ୍ସବକୁ ସରସ ସୁନ୍ଦର କରିଥିଲେ ।
