ସପ୍ତ ଦିବସ ବ୍ୟାପି ଭାଗବତ କଥାମୃତ ଆଲୋଚନାର ୪ର୍ଥ ସନ୍ଧ୍ୟା
ଯାଜପୁର : ଯାଜପୁରର ଦଶାଶ୍ୱମେଧ ଘାଟ ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଚଳିତ ବର୍ଷ ୭ଦିବସୀୟ ଭାଗବତ କଥାମୃତ ଆଲୋଚନାର ୪ର୍ଥ ସନ୍ଧ୍ୟା ସଭାପତି ଆଇନଜୀବୀ ପ୍ରତିମା କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଆକାଶ ଦୀପ ପ୍ରଜ୍ଜ୍ୱାଳନ କରାଯିବା ସହିତ ବୈତରଣୀ ନଦୀ ବନ୍ଦାପନା କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱାଳନ କରିବା ସହିତ ରାଇ ଦାମୋଦରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଅଧ୍ୟାପକ ନିତ୍ୟାନନ୍ଦ ଦେଓ ସ୍ତୋତ୍ର ପାଠ କରିଥିଲେ । ସମ୍ପାଦକ ଭାଷ୍କର ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରେରଣା ପଣ୍ଡାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅନ୍ୟତମ ଅତିଥି ଭାବରେ ବିରଜା ଜ୍ୟୋତିର ସମ୍ପାଦକ ପଣ୍ଡିତ ଡଃ ଜ୍ଞାନରଂଜନ ପତି ଯୋଗଦେଇ ଅମ୍ବରିଷ ଚରିତ ଉପରେ ଆଲୋଚନା କରିଥିଲେ । ଭାଗବତ ବିଷୟରେ ଆଲୋଚନା କରାଉଥିବା ଅନୁଷ୍ଠାନ ଗୀତାଜାଗରଣ ପରିଷଦର ଉତ୍ତରଉତ୍ତର ଉନ୍ନତି କାମନା କରିଥିଲେ । ପ୍ରବଚକ ଭାବେ ଯୋଗଦେଇ ଡଃ କାହ୍ନୁ ଚରଣ ମିଶ୍ର ଓଡ଼ିଆ ଭାଗବତର ତତ୍ତ୍ୱ ଉପରେ ଆଲୋଚନା କରିବା ସହିତ ମାଳିକାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଶେଷରେ ଉପସଭାପତି ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ଧନ୍ୟବାଦ ଦେଇଥିଲେ । ଦ୍ୱତୀୟ ପର୍ଯ୍ୟାୟରେ ଗାୟକ ଚୁଡ଼ାମଣି ଜଗବନ୍ଦୁ ଓଝା ଓ ତାଙ୍କ ସାଥୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଆତ୍ମାସହିତ କିପରି ପରତ୍ମାଙ୍କର ମିଳିନ ଘଟୁଛି, ଈଶ୍ୱର ପ୍ରାପ୍ତିର ବିଭିନ୍ନ ମାର୍ଗ ଉପରେ ପାଲା ମାଧ୍ୟମରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ଗୁଣମଣୀ ପାଣିଗ୍ରାହୀ ପରିଚାଳନା କରିଥିଲେ । ସହସମ୍ପାଦକ ବୃନ୍ଦାବନ ମିଶ୍ର, ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଗଦାଧର ରାଉତ, ସୁବାସ ମହରାପାତ୍ର, ହୃଷିକେଶ ପତି, ରବିନାରାୟଣ କର, ସନ୍ତୋଷ ସ୍ୱର୍ଣ୍ଣକାର, ବିଜୟ କୁମାର ସରଣ, ଅନୁସୟା ମିଶ୍ର, ଧନଞ୍ଜୟ ପୃଷ୍ଟି, ଅଭିମନ୍ୟୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
