ଓଡ଼ିଶା ଡ୍ରାଇଭର ମହାସଂଘ ଦେବଗଡ଼ ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ
ଦେବଗଡ଼ : ଓଡ଼ିଶା ଡ୍ରାଇଭର ମହାସଂଘ ଦେବଗଡ଼ ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସମ୍ପାଦକ ରଞ୍ଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସି ପ୍ରତିବାଦ ସଭା କରିବା ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶାନ୍ତ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ଆଇନ, ରାସ୍ତାର ପ୍ରତି ୧୦୦ କିମି ବ୍ୟବଧାନରେ ଡ୍ରାଇଭରଙ୍କ ପାଇଁ ଆଶ୍ରୟ ସ୍ଥଳୀ ଓ ଅବସରକାଳୀନ ପେନସନ ପ୍ରଦାନ ଇତ୍ୟାଦି ଦାବୀ ରହିଥିବା ଜଣାପଡ଼ିଛି ।
