ବିଶ୍ୱାସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୋତିଆବିନ୍ଦୁ ଚିହ୍ନଟ ଶିବିର
ଜଳେଶ୍ୱର : ଆଦିବାସୀ ଅଧ୍ୟୁସିତ ରାଇବଣିଆରେ ବହୁ ଅସଚେତନ ଓ ଗରିବ ଲୋକେ ମୋତିଆବିନ୍ଦୁ ପିଡିତ ଥାଇ ଚିକିତ୍ସା ପାଇପାରୁନଥିବାରୁ ବିଶ୍ୱାସ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ୟାମନଗର ପଂଚାୟତର ଘଡଘଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଚକ୍ଷୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଂଚ ଗିରିଜା ସାସମଲ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ । ୧୦ଜଣ ମୋତିଆବିନ୍ଦୁ ପିଡିତଙ୍କୁ ଚିହ୍ନଟ କରାଯାଇ ବାଲେଶ୍ୱରସ୍ଥିତ ନେତ୍ରନ୍ ଚିକିତ୍ସାଳୟରେ ମାଗଣାରେ ଅନ୍ତ୍ରୋପଚାର କରାଯିବ ବୋଲି କୁହାଯାିଛି । ବିଶ୍ୱାସର ସଂପାଦକ ସଂଗ୍ରାମ କେଶରୀ ପରିଡା, ବ୍ରଜକିଶୋର ଗିରି ଓ ସୁମିତ୍ ଚାନ୍ଦ ପ୍ରମୁଖ ଏହି ଶିବରକୁ ପରିଚାଳନା କରିଥିଲେ । ଏଥିରେ ୧୦୦ରୁ ଉର୍ଦ୍ଧ୍ୱ ଚକ୍ଷୁ ରୋଗୀ ଚିକିତ୍ସାଲାଗି ଆସିଥିଲେ ।
