ବିଡାନାସୀ ବନ୍ଧ ଛକରୁ ଜବର ଦଖଲ ଉଚ୍ଛେଦ କଲା ସିଏମସି
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଆଜି ବିଡାନାସୀ ବନ୍ଧ ଛକ ନିକଟରେ ଜବର ଦଖଲ ଉଚ୍ଛେଦ କରାଯାଇଛି । ସିଏମସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କାର୍ଯ୍ୟ ପୂର୍ବାହ୍ନରେ ଆରମ୍ଭ କରାଯାଇଥିଲା ।
ବିଡାନାସୀ ବନ୍ଧ ଛକରୁ ହାଇସ୍କୁଲ ଦେଇ ଶ୍ମଶାନ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ୪୦ରୁ ୫୦ଟି ଜବରଦଖଲକୁ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଭାଙ୍ଗି ସଫା କରିଦିଆଯାଇଥିଲା । ବହୁ ଦିନ ଧରି ଡ୍ରେନ୍ ଓ ରାସ୍ତା ଉପରେ ଗଢି ଉଠିଥିବା ବେଆଇନ ଦଖଲକୁ ସିଏମସି ଉଚ୍ଛେଦ କରିବାରେ ସଫଳ ହୋଇଛି ବୋଲି ଡେପୁଟି କମିଶନର ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ସିଏମସି ଓ ସିଡିଏ ଏନଫୋର୍ସମେଣ୍ଟ ବିଭାଗ କର୍ମଚାରୀଙ୍କ ସମେତ ବିଡାନାସୀ ଥାନା ପୋଲିସ ଏହି ଉଚ୍ଛେଦ କାର୍ଯ୍ୟରେ ଭାଗ ନେଇଥିଲେ ।
