ଘୁଞ୍ଚିଲା ‘ଆଦିପୁରୁଷ’ ରିଲିଜ୍ ଡେଟ, ଜାଣନ୍ତୁ କାହିଁକି ଓ କାରଣ
ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତି ଫିଲ୍ମ ‘ଆଦିପୁରୁଷ’ । ଏହି ମୁଭିର ଟିଜର ରିଲିଜ ହେବା ପରଠାରୁ କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି ଏହି ଫିଲ୍ମ । ଫିଲ୍ମରେ ବ୍ୟବହାର ହୋଇଥିବା ଭିଏଫଏକ୍ସ ପାଇଁ ଟ୍ରୋଲ କରାଯାଇଥିଲା। କେବଳ ସେତିକି ନୁହେଁ, ଫିଲ୍ମରେ ସୈଫ ଅଲ୍ଲି ଖାନଙ୍କ ଲୁକକୁ ବିରୋଧ କରାଯିବା ସହ ସମାଲୋଚନା କରାଯାଉଛି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ‘ଆଦିପୁରୁଷ’ର ରିଲିଜ୍ ଡେଟକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ ।
ଏହି ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ରେ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ ବର୍ତ୍ତମାନ ଏହାର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିବା ଜଣାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମର ରିଲିଜ୍ ତାରିଖ ୨୦୨୩ ମସିହା, ଗ୍ରୀଷ୍ମ ଅବକାଶ ସମୟରେ ଫିଲ୍ମଟି ରିଲିଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜ୍ଞା ହଁ ଏଭଳି ଏକ ବଡ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ନିର୍ମାତାମାନେ ଏହା କରିବା ପଛର କାରଣ କ’ଣ ?
ମିର୍ଚ୍ଚି ୯ର ରିପୋର୍ଟ ଅନୁଯାୟୀ, ‘ଆଦିପୁରୁଷ’ ପିଲ୍ମଟି ଯେଉଁ ସପ୍ତାହରେ ରିଲିଜ ହୋଇ ଥାନ୍ତା । ସେହି ସପ୍ତାହରେ ଚିରଞ୍ଜୀବୀ ଷ୍ଟାରର ଫିଲ୍ମ ୱାଲ୍ଟୟାର ଭେରାୟା ଏବଂ ନନ୍ଦାମୁରୀ ବାଲକ୍ରିଷ୍ଣନ ଷ୍ଟାରର ଭିରା ସିମହା ରେଡ୍ଡୀ ଦୁଇଟି ମୁଭି ମଧ୍ୟ ସେହି ସପ୍ତାହରେ ରିଲିଜ୍ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ‘ଆଦିପୁରଷ’ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପର୍ଯ୍ୟାପ୍ତ ସ୍କ୍ରିନ ପାଇବାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏନେଇ ଫିଲ୍ମର ରିଲିଜ୍ ଡେଟକୁ ଘୁଞ୍ଚାଇ ଦିଆଯାଇଛି ।
ତେବେ ଓମ ରାଉତଙ୍କ ଟିମ୍ ଫିଲ୍ମର ନୂଆ ରିଲିଜ୍ ଡେଟ୍ ଖୁବଶିଘ୍ର ଘୋଷଣା କରିବେ। ଏଭଳି ପରିସ୍ଥିତିରେ, ଯଦିଓ ଦର୍ଶକଙ୍କୁ ‘ଆଦିପୁରଷ’ ପାଇଁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ। ଫିଲ୍ମଟିକୁ ଦର୍ଶକ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି । ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସି ଥାନ୍ତା। ଫିଲ୍ମର ବଜେଟ ରହିଛି ୫୦୦ କୋଟି। ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ଏଥିରେ ରାମ ଭୂମିକାରେ ସାଉଥ୍ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍ ଅଲ୍ଲି ଖାନ୍, ଏବଂ ସୀତା ଭାବେ କୃତି ସାନନ ଅଭିନୟ କରିଛନ୍ତି। ଏବେ ସୋସିଆଲ୍ ମିଡିଆରେ ଏହି ଫିଲ୍ମର ଟ୍ରେଲରକୁ ନେଇ ଅନେକ ଟ୍ରୋଲ୍ କରାଯାଉଛି। କିଛି ଲୋକ ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ପସନ୍ଦ କରୁନଥିବା ବେଳେ କିଛି ଲୋକ ରାବଣର ଲୁକ୍କୁ ମଧ୍ୟ ପସନ୍ଦ କରୁନାହାନ୍ତି। ତେବେ ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡିବ । ଏ ଫିଲ୍ମଟି କେତେ ଲୋକଙ୍କ ହୃଦୟକୁ ଛୁଇଁଛି ।
