ଆମ ରୋଷେଇ – ମସଲା ପାମ୍ପଡ
ସନ୍ଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏମିତିରେ ମନ ହୋଇଥାଏ କିଛି ଏମତି ଆଇଟମ୍ ଥାଆନ୍ତା ନି ଯାହାକୁ ତୁରନ୍ତ ବନାଇ ଖାଇହେବ। ଆଜି ଆମେ ଆପଣଙ୍କୁ ମସଲା ପାମ୍ପଡ ବନାଇବାର ରେସିପି ବିଷୟରେ ଜଣାଇବୁ।
ଆବଶ୍ୟକ ସାମଗ୍ରୀ :
ପାମ୍ପଡ। କଟା ପିଆଜ । କଟା ଟମାଟୋ । ଧନିଆ ପତ୍ର । ଲୁଣ । ଗୋଲମରୀଚ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ପାମ୍ପଡକୁ ଛାଣି ଦିଅନ୍ତୁ। ଏବେ କଟା ପିଆଜ, ଟମାଟୋ ଏବଂ ଧନିଆ ପତ୍ର ମିଶାଇ ସ୍ୱାଦାନୁସାରେ ଲୁଣ ଏବଂ ଗୋଲମରୀଚ ପକାନ୍ତୁ। ଏବେ ଏହି ମସଲାକୁ ପାମ୍ପଡ ଉପରେ ରଖନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମସଲା ପାମ୍ପଡ।
