ସାରସ୍ୱତ ବିଦ୍ୟାମନ୍ଦିର ପକ୍ଷରୁ ମାତୃ ସମ୍ମିଳନୀ
ପୁରୀ : ନେବଳଦାସ ମଠ ପରିସରରେ ଥିବା ସାରସ୍ୱତ ବିଦ୍ୟା ମନ୍ଦିର ପକ୍ଷରୁ ଆଜି ବିଦ୍ୟାଳୟର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଚାଳନା କମିଟିର ସଭ୍ୟ ସୁନିଲ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । କମିଟିର ତତ୍ୱାବଧାରକ ଶରତଚନ୍ଦ୍ର ମିଶ୍ର,ପ୍ରଧାନଚାର୍ଯ୍ୟ କାଳନ୍ଦି ଚରଣ ପଲେଇ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ମାର୍କଣ୍ଡେଶ୍ୱର ସାହି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ମିଶ୍ର ଯୋଗଦେଇ ମା ମାନେ ପିଲାମାନଙ୍କ ପାଠ ପଢାର ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ । କବିତା ପୃଷ୍ଟି, ସର୍ମିଷ୍ଠା ମିଶ୍ର, କଳ୍ପନା ଦାସ, ବନ୍ଦନ ଦାସ,ମୀନା ମହାପାତ୍ର,ରୋଜାଲିନ ପଟ୍ଟନାୟକ,ରାନୀବାଳା ପ୍ରଧାନ,ପୁଷ୍ପାଞ୍ଜଳି ଦାସ,ଶୁଭଲକ୍ଷ୍ମୀ ସାହୁ, ଗୀତା ଦାଶ,ମୂର୍ଚ୍ଚନା ତୃପ୍ତି ବୈଶାଖ ,ନମିତା କର, ସରସ୍ୱତୀ
ମହାପାତ୍ର, ଜୟପ୍ରଭା ବେହେରା,ରୀତା ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ
କରିଥିଲେ ।
