ପ୍ରତିଦିନ ଖାଲି ପେଟରେ ଖାଆନ୍ତୁ ୪ଟି ତୁଳସୀପତ୍ର ! ମଧୁମେହ ସମେତ ଏହି ୫ଟି ରୋଗରୁ ମିଳିବ ମୁକ୍ତି
ତୁଳସୀ ପତ୍ରରେ ମା ଲକ୍ଷ୍ମୀଙ୍କ ବାସ ବୋଲି ବିଶ୍ବାସ ରହିଛି । ସନାତନ ଧର୍ମରେ ତୁଳସୀ ହେଉଛି ପବିତ୍ର ଗଛ । କୁହାଯାଏ କି ଘରେ ଯଦି ଆପଣ ତୁଳସୀ ଗଛ ଲଗାନ୍ତି ତେବେ ସୁଖ-ସମୃଦ୍ଧିର କେବେ ଅଭାବ ରହି ନ ଥାଏ । ଏହା କେବଳ ଆଧାତ୍ମିକ ଗଛ ନୁହେଁ ବରଂ ଏହା ଏକ ଆୟୁର୍ବେଦିକ ଗଛ ଅଟେ । ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ବାରା ମଧୁମେହ ସମେତ ୫ଟି ପ୍ରମୁଖ ରୋଗ ଭଲ ହୋଇଥାଏ ।
ମଧୁମେହ ହୁଏ ନିୟନ୍ତ୍ରଣ :
ତୁଳସୀ ପତ୍ରରେ କାରୋଫିଲେନ୍, ମିଥାଇଲ ୟୁଜେନାଲ ଏବଂ ୟୁଜିନୋଲ ପରି ତତ୍ତ୍ବ ମିଳିଥାଏ । ଯାହା ଶରୀରର ଇନସୁଲିନ ସ୍ତର ନିୟନ୍ତ୍ରଣରେ ରଖିଥାଏ। ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ଭଲ ରହିଥାଏ ଏବଂ ମଧୁମେହ ହୁଏ ନାହିଁ ।
ମୁଣ୍ଡବିନ୍ଧା ଦୂର କରେ :
ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ତୁଳସୀ ପତ୍ର ବେଶ ଲାଭପଦ୍ର । ଥଣ୍ଡା,ମୁଣ୍ଡବିନ୍ଧା,ଆଲର୍ଜି ଏବଂ ସାଇନୋସିସ୍ ରେ ତୁଳସୀ ପତ୍ର ରାମବାଣ ପରି କାମ କରିଥାଏ । ଏଥିପାଇଁ ଆପଣ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଏହାକୁ ଛାଣି ଉଷୁମ ଉଷୁମ ପିଅନ୍ତୁ । ଦେଖିବେ ଆପଣ ଯନ୍ତ୍ରଣାରୁ କିଛି ମାତ୍ରାରେ ଉପଶମ ପାଇବେ ।
ମାନସିକ ଚାପରୁ ମୁକ୍ତି :
ଏକ ରିପୋର୍ଟରୁ ପ୍ରକାଶ କି ତୁଳସୀରେ କର୍ଟିସୋଲ ରହିଛି ଯାହା ମାନସିକ ଚାପକୁ କମ କରିଥାଏ । ତେଣୁ ଯେଉଁ ମାନେ ଚାପ ସହ ସଂଘର୍ଷ କରୁଛନ୍ତି ସେମାନଙ୍କ ପାଇଁ ତୁଳସୀ ପତ୍ରର ସେବନ ଲାଭଦାୟକ ଅଟେ । ଆପଣ ଖାଲି ପେଟରେ ପ୍ରତିଦିନ ୧୨ଟି ତୁଳସୀ ପତ୍ର ଚୋବାଇ ଖାଇବା ଆରମ୍ଭ କରିଦିଅନ୍ତୁ ଦେଖିବେ ଆପଣ ଖୁବ ଶୀଘ୍ର ଲାଭ ପାଇ ପାରିବେ ।
ଗଳା ଖରାପ :
ପାଗ ପରିବର୍ତ୍ତନ ହେଲେ ଗଳା ଯନ୍ତ୍ରଣା ସ୍ବାଭାବିକ କଥା । ତେବେ ଗଳା ଯନ୍ତ୍ରଣା ଦୂର କରିବା ପାଇଁ କିଛି ତୁଳସୀ ପତ୍ରକୁ ପାଣିରେ ଫୁଟାଇ ତାହାକୁ ଛାଣି ଧୀରେ ଧୀରେ ସେବନ କରନ୍ତୁ । ଦେଖିବେ ଗଳା ଯନ୍ତ୍ରଣାରୁ ଆରାମ ଦେଇଥାଏ ।
ପାଟି ଦୁର୍ଗନ୍ଧ :
ଖରାପ ନିଶ୍ବାସ ଏବଂ ଦୂର୍ଗନ୍ଧ ପାଇଁ ତୁଳସୀ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କିଛି ତୁଳସୀ ପତ୍ରକୁ ତୋଳି ତାକୁ ଧୋଇ ଚୋବାଇ ଖାଇବାକୁ ଚେଷ୍ଟା କରନ୍ତୁ ଦେଖିବେ ପାଟି ଦୁର୍ଗନ୍ଧ ଦୂର ହୋଇଯିବ ।
