କଅସର ଗାଁରେ ତୈଲିକ ହଳଦିଆ ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଗଠିତ
ସଇଁନ୍ତଲା : ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ୍ ଅଧୀନସ୍ଥ କଅସର ଗାଁରେ ଆଜି ତୈଲିକ ହଳଦିଆ ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଗଠିତ ହୋଇଯାଇଛି। ପ୍ରଥମେ ହଳଦିଆ ସାହୁ ସମାଜର ଇଷ୍ଟଦେବୀ ମା ଚଣ୍ଡୀ ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ପରେ ବିଶ୍ୱମ୍ବର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଭାପତି ଭାବେ ପର୍ଶୁରାମ ସାହୁ, ଉପସଭାପତି ଦେବରାଜ ସାହୁ, ସମ୍ପାଦକ ଘନଶ୍ୟାମ ସାହୁ, କୋଷାଧ୍ୟକ୍ଷ ଭୈରବ ସାହୁ ନୂତନ କର୍ମକର୍ତ୍ତା ଭାବେ ମନୋନୀତ ହୋଇଛନ୍ତି।
ସେହିପରି ଭୁସ୍କିମାଲ ଗାଁ’ର ନୂତନ ସଭାପତି ଈଶ୍ୱର ସାହୁ, ଭେଜିପଦର ଗାଁ’ର ସଭାପତି ହେମନ୍ତ ସାହୁ ମଧ୍ୟ ମନୋନୀତ ହୋଇଛନ୍ତି। ଏହି ସମାଜକୁ କିଭଳି ଭାବେ ଆଗକୁ ନେବା ସହ ସଂଗଠନକୁ ସୁଦୃଢ କରିବା ଏବଂ ନିଜ ପିଲା ମାନଙ୍କର ଶିକ୍ଷା ଦିଗରେ କିଭଳି ଭାବେ ଆଗକୁ ବଢ଼ିବାରେ ସଫଳତା ହାସଲ କରିପାରିବେ ସେନେଇ ଆଲୋଚନା ହୋଇଥିଲା।
ଏହି ସଭାକୁ ରୁନ୍ଦ୍ରମଣୀ ସାହୁ ସଭା ସଂଯୋଜନା କରିଥିବା ବେଳେ ତପେଶ୍ୱର ସାହୁ, କୁବେର ସାହୁ, ଧନୀରାମ ସାହୁ, ରମେଶ ସାହୁ, ଗଦାଧର ସାହୁ, ଛବିଲାଲ ସାହୁ, ଭୀଷ୍ମ ସାହୁ, ହରିବନ୍ଧୁ ସାହୁ, ଅଭିରାମ ସାହୁ, ତିଲକର ସାହୁ ବିଶ୍ଵନାଥ ସାହୁ, ସତ୍ୟନାରାୟଣ ସାହୁ, ଟଙ୍କଧର ସାହୁ, ଭୁକର୍ଧନ ସାହୁ, ହେମନ୍ତ ସାହୁ, ଅଲେଖ ସାହୁ, ନିରଞ୍ଜନ ସାହୁ, ରମାକାନ୍ତ ସାହୁ, କାଶୀ ସାହୁ, ବିବେକ ସାହୁ, ନାରାୟଣ ସାହୁ, ଲକ୍ଷ୍ମଣ ସାହୁ ସମେତ ପ୍ରଶ୍ନ ସାହୁ, ଗୋବିନ୍ଦ ସାହୁ, ଶଶିଧର ସାହୁ, ସମାରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ଛବି ଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
