ମୟୁରଭଞ୍ଜ : ଦୁର୍ନିୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଓଡିଆ ଇଂରାଜୀ ବିଭାଗରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । “ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ” ବିଷୟ ବସ୍ତୁ ଉପରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ବକ୍ତବ୍ୟ ପ୍ରଦାନ ସହ ସୁନ୍ଦର ଚିତ୍ର ପ୍ରସ୍ତୁତ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର, ଏମ୍କେସି ହାଇସ୍କୁଲର ଶିକ୍ଷକ ବୁଦ୍ଧିରାମ ସିଂ, କେନ୍ଦୁଆ ହାଇସ୍କୁଲର ଶିକ୍ଷୟିତ୍ରୀ ସୁଲେଖା ସାହୁ, ଓଡିଆ ଆଦର୍ଶ ବିଦ୍ୟାଳୟ ରାଣୀଭୋଳର ଶିକ୍ଷୟିତ୍ରୀ ସୋନାଲି ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରବୀର କୁମାର ବେହେରା ସହଯୋଗ କରିଥିଲେ । ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଏମକେସି ହାଇସ୍କୁଲ, ବାରିପଦାର ଛାତ୍ର ଶୁଭଙ୍କର ବେହେରା ପ୍ରଥମ, କମଳାନେହେରୁ ସରକାରୀ ବାଳିକା ବିଦ୍ୟାଳୟ, ବାରିପଦାର ନିମିଷା ବେହେରା ଦ୍ୱିତୀୟ, ଶାନ୍ତିନିକେତନ ହାଇସ୍କୁଲ, ବାହାନଡା (ଖୁଣ୍ଟା ବ୍ଲକ)ର ଜ୍ୟୋତିର୍ମୟୀ ସୋରେନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟମେରୀ କନଭେଣ୍ଟ ସ୍କୁଲ, ବାରିପଦାର ସ୍ମୃତି ସଞ୍ଚିତା ଦାଶ ପ୍ରଥମ, ଓଡିଆ ଆଦର୍ଶ ବିଦ୍ୟାଳୟ, ଶୀର୍ଷାର ଛାତ୍ରୀ ନିକୁଞ୍ଜ ବାସୁରୀ ଦ୍ୱିତୀୟ ଓ ଓଡିଆ ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ଛାତ୍ର ସାଇକ୍ରିଷ୍ଣ ଚାନ୍ଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡିଆ ଆଦର୍ଶ ବିଦ୍ୟାଳୟ, ଶୀର୍ଷାର ଛାତ୍ରୀ ପ୍ରିୟଙ୍କା ଗିରି ପ୍ରଥମ, ସେଣ୍ଟମେରୀ କନଭେଣ୍ଟ ସ୍କୁଲ ବାରିପଦାର ରାଜବାଦଲ କିସ୍କୁ ଦ୍ୱିତୀୟ, ଓଡିଆ ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ଗୋବିନ୍ଦ ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥୀ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
Post Views: 25,706