ବୃଦ୍ଧଙ୍କୁ ଦାନ୍ତରେ ଭୁସି ମାରିଲା ଦନ୍ତା
ଢେଙ୍କାନାଳ : ଢେଙ୍କାନାଳ ବନାଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ହିନ୍ଦୋଳ ଉପଖଣ୍ଡ କାରନ୍ଦା ଗ୍ରାମ ସାନସାହିରେ ଘଟିଛି ଏମିତି ଘଟଣା ।
ସୂଚନା ଯେ, ସାନସାହିର ୭୦ ବର୍ଷୀୟ ମାହୁଳି ପ୍ରଧାନ ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଏହି ସମୟରେ ହାତୀଟି ବୃଦ୍ଧଙ୍କୁ ଦାନ୍ତରେ ଭୁସି ଦେଇଥିବା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଗତ ବୁଧବାର ସକାଳେ ହାତୀ ଆକ୍ରମଣରେ ହାତୁରା ପଞ୍ଚାୟତ ପଡ଼ା ଗ୍ରାମର ଟଙ୍କଧର ଭୋଇଙ୍କ ମୃତ୍ୟୁ ହୋଇଥିଲା । ଏବେ ମାହୁଳିଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି ।
