ଜୟପୁରରେ ବାର୍ଷିକ ମରାମତି ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ
ଜୟପୁର : ଜୟପୁରରେ ବାର୍ଷିକ ମରାମତି ପାଇ ଗୁରୁବାର ବିଦ୍ୟୁତ ସରବରାହ ବନ୍ଦ ରହିବ । ଜୟପୁର ଜୟନଗର ସ୍ଥିତ ମାଛକୁଣ୍ଡରୁ ପ୍ରବାହିତ ବିଦ୍ୟୁତ ସଂଗ୍ରହ ଗ୍ରୀଡ କେନ୍ଦ୍ରରେ ବାର୍ଷିକ ମରାମତି ନିମନ୍ତେ ଗୁୁରୁବାର ସକାଳ ୮ରୁ ସନ୍ଧ୍ୟା ୫ ଟା ଯାଏ ଜୟପୁର ସହର ଓ ବ୍ଲକ, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା , କୁନ୍ଦୁରା ବ୍ଲକ ରେ ବିଦ୍ୟୁତ ସରବରାହ ବନ୍ଦ ରହିବ । ଏନେଇ ବିଦ୍ୟୁତ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
