ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ବର୍ଦ୍ଧନା
କଟକ : କରୋନା ମହାମାରୀ ସମୟରେ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଜଜ୍ବା’ର ଅଧ୍ୟକ୍ଷ ତଥା ସମାଜସେବୀ ସଫଦର ହାସୀମଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଅସହାୟ ଲୋକମାନଙ୍କୁ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି ରୋଜଗାର ହରାଇଥିବା ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସଂରଜାମ ଆଦି ଯୋଗାଇଦେଇ ଆସୁଅଛି । ଏହି ସମାଜସେବା ପାଇଁ କଟକର ମା’ ଭବାନୀ ଶଙ୍କର ବ୍ରାହ୍ମଣ ସମାଜ ପକ୍ଷରୁ ରାଜାବଗିଚାଠାରେ ସମାଜସେବୀ ହାସୀମଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ସେକ କଲ୍ଲିମୂଲ୍ଲା, ଅବଦୂଲ୍ଲା ଅବରାର, ନିହାର ବେହେରା, ତାପସ ଦ୍ୱିବେଦୀ, ଅନୁଷ୍ଠାନର ସଭାପତି ଗୋଲେଖ ବିହାରୀ ପଣ୍ଡା, ସମ୍ପାଦକ ହରିଶ ଚନ୍ଦ୍ର ପଣ୍ଡା, ହରେକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
