ଅଜଣା ବାଇକ୍ ଧକ୍କାରେ ସରପଞ୍ଚ ଗୁରୁତର
ଯାଜପୁର : ଅଜଣାଗାଡ଼ି ଧକ୍କାରେ ଦଶରଥପୁରବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ ସରପଞ୍ଚ ଅପର୍ଣ୍ଣା ସେଠୀ ଗୁରୁତରଭାବେ ଆହତ ହୋଇଥିବାବେଳେ ତାଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ସେଠୀ ଆହତ ହୋଇଛନ୍ତି । ସୂଚନା ମୁତାବକ ସରପଞ୍ଚ ଅପର୍ଣ୍ଣା ସେଠୀ ଓ ତାଙ୍କ ସ୍ୱାମୀ ରଶ୍ମିରଞ୍ଜନ ନିଜ ବାଇକ୍ରେ ମଙ୍ଗଳପୁର ବଜାରରୁ ସାମଗ୍ରୀ କ୍ରୟ କରି ଘରକୁ ଫେରୁଥିବା ମଙ୍ଗଳପୁର ଥାନା ପଛ ପାଶ୍ୱର୍ରାସ୍ତାରେ ଏକ ଅଜଣା ପଲ୍ସରବାଇକ୍ ଚାଳକ ଉଭୟଙ୍କୁ ପଛ ପାଶ୍ୱର୍ରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ସରପଞ୍ଚ ଶ୍ରୀମତୀସେଠୀ ଓ ତାଙ୍କ ସ୍ୱାମୀ ରଶ୍ମିରଞ୍ଜନ ରାସ୍ତାରେ ପଡ଼ିଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଡାକ୍ତର ଯାଜପୁର ମୁଖ୍ୟ ଚିକିତ୍ସାଳୟକୁସ୍ ଥାନାନ୍ତର କରିଥିବା ଜଣାଯାଇଛି ।
