ଝାରସୁଗୁଡା ରୁ ଏକତା ର ବାର୍ତା* ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ଦିବ୍ୟାଙ୍ଗ ସହିତ ଏଗାର ବର୍ଷ ହେଲା ପାଳିତ କରୁଛି “ଦିଲ ଦିବ୍ୟାଙ୍ଗ ଓର ଦିବାଲି”
ଝାରସୁଗୁଡାର : ଝାରସୁଗୁଡାର ଅଗ୍ରଣୀ ସାମାଜିକ ସଂସ୍ଥା ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୁରୋମାଲ ବୁଡ଼ାପଡା ଠାରେ ଥିବା ଝଡେଶ୍ଵରୀ ସ୍ବତନ୍ତ୍ର ଦୃଷ୍ଟି ବାଧିତ, ମୁକ ବଧିର,ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷଘାତ ବିଦ୍ୟାଳୟରେ ଦୀପାବଳୀ ଉତ୍ସବ ପାଳିତ ହୋଇ ଥିବା ବେଳେ “ମାନବ ସେବା ମାଧବ ସେବା” ନିମିତ୍ତ ଏହି ଦୀପାବଳୀର ନାମ କରଣ କରାଯାଇ “ଦିଲ ଦିବ୍ୟାଙ୍ଗ ଓର ଦିବାଲି” ରଖାଯାଇଛି। ଏବଂ ଉତ୍ସବ ଦୀର୍ଘ ଏଗାର ବର୍ଷ ହେଲା ୟଙ୍ଗ ଷ୍ଟାର ଟ୍ରଷ୍ଟ ର ସଭାପତି ଇଂ ଅରବିନ୍ଦ ବାରିକ ଙ୍କର ନେତୃତ୍ୱ ରେ ଦିବ୍ୟାଙ୍ଗ ପିଲାଙ୍କ ମୁହଁରେ ହସ ଫୁଟାଇ ଆସୁଛନ୍ତି ଏହି କାର୍ଯ୍ୟକ୍ରମ କୁ ମହା ଧୁମଧାମରେ ପାଳନ କାରାଯାଇ ଥାଏ। ଏହି ବର୍ଷ ବିଭିନ୍ନ ସଂପ୍ରଦାୟର ବ୍ୟକ୍ତି ବିଶେଷ ଙ୍କୁ ଅତିଥି ଭାବେ ଦିବ୍ୟାଙ୍ଗ ସ୍କୁଲ କୁ ନିମନ୍ତ୍ରଣ କରି ଥିଲେ। ଅତିଥୀ ମାନଙ୍କ ମଧ୍ୟରେ ହିନ୍ଦୁ ସମ୍ପ୍ରଦାୟରୁ ବରିଷ୍ଠ ନାଗରିକ ସଂଘର ସଭାପତି ବାଳଗୋବିନ୍ଦ ମିଶ୍ର, ମୁସଲିମ ସମ୍ପ୍ରଦାୟରୁ ରୋଟାରୀ କ୍ଲବର ସଭାପତି ସେହେନେଵାଜ ହୁସେନ , ଶିଖ ସମ୍ପ୍ରଦାୟରୁ ବରିଷ୍ଠ ଆଇନଜୀବୀ ସତପାଳ ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଏହି ଉତ୍ସବକୁ ଇଂ ଅରବିନ୍ଦ ବାରିକ ପରିଚଳନା କରିଥିବା ବେଳେ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ଟ୍ରଷ୍ଟର ନିର୍ଦେଶକ ବିବେକା ନନ୍ଦ ମିଶ୍ର, ଅଧକ୍ଷା ମମତା ଦାଶ୍ ଉପସ୍ଥିତ ବିଶେଷ ଅତିଥି ମାନେ ନିଜର ବକ୍ତବ୍ୟରେ ମାଧ୍ୟମରେ ୟଙ୍ଗ ଷ୍ଟାର ଚେରିଟେବୁଲ ଟ୍ରଷ୍ଟ ର ଭୂରି ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ଉପଦେଷ୍ଟା ରାଜେଶପାଢ଼ୀ, ସମୀର ରଞ୍ଜନ ଦାଶ, ଆଭାଷ ଦୀକ୍ଷିତ, ଉପ ସଭାପତି ବିଜୟ ସାଇଗଲ, ଅନ୍ୟ ଟ୍ରଷ୍ଟିମାନଙ୍କ ମଧରେ ରାଜା ଦାସ, ପ୍ରଶାନ୍ତ ଭଇଁଶା, ଶୁଭମ ମେହେର, ରାଜ ଦାସ, ସିଲୁ ପ୍ରଧାନ, ମିନାକ୍ଷୀ ସାଇଗଲ ପ୍ରମୂଖ ଭାଗ ନେଇ ଦିବ୍ୟାଙ୍ଗ ପିଲାଙ୍କ ସହ ଫୁଲଝଡ଼ି,ଝିର ଝିରି, କୁଫି,ଚକ୍ରି ବାଣ ପ୍ରଭୁତି ଲଗାଇ ଆନନ୍ଦ ଉଲ୍ଲାସର ସହ ପାଳନ କରି ଥିଲେ। ବିଦ୍ୟାଳୟ ତାରଫରୁ ନମିତା ନାଥ, ରାକ୍ଷୀ କୁଆଁର, ଗୋକୁଳ କିଷାନ,କାନ୍ତା ନାଏକ, କୌସ୍ତବ କୁଆଁର, ଲହିତା ମରେଇ, ଦୀପାବଳୀ କିଷାନ, ଲଳିତା ଲୁହାର ଓ ଲିଲିମା କିଷାନ ସହଯୋଗ କରିଥିଲେ।
