ଟାଟା ମାଜିକ୍ ଅଟୋ ଆସୋସିଏସନର ଲୋଗୋ ଓ ଆଇକାର୍ଡ ଉନ୍ମୋଚିତ
କଟକ : କଟକ ଜିଲ୍ଲା ଟାଟା ମାଜିକ୍ ଅଟୋ ଆସୋସିଏସନ ପକ୍ଷରୁ କଟକ ଜିଲ୍ଲାର ସମସ୍ତ ଗାଡିରେ ଲୋଗୋ ଲଗାଯିବା ସହିତ ଚାଳକମାନଙ୍କ ନିମନ୍ତେ ଆଇକାର୍ଡ ପ୍ରଦାନ କରାଯାଇଛି । ସିଡିଏ ସେକ୍ଟର ୯ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଡିଆଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ବସନ୍ତ କୁମାର ସାହୁଙ୍କ ଦ୍ୱାରା ଏହି ଲୋଗୋ ଓ ଆଇକାର୍ଡର ଶୁଭାରମ୍ଭ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ କଟକ ଅଟୋ ମହାସଂଘର ସାଧାରଣ ସଂପାଦକ ଶୈଲେନ କୁମାର ଧ. ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ ଏବଂ ସଂଘର ସାଧାରଣ ସଂପାଦକ ତୋଫାନ କୁମାର ବିଶ୍ୱାଳ, ସଂଗଠନ ସଂପାଦକ ସୁଦାମ ଜେନା, ଉପସଭାପତି ପ୍ରଦୀପ କୁମାର ମିଶ୍ର, ସହ ସଂପାଦକ କବୀନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସୁଧାଂଶୁ କୁମାର ଷଡଙ୍ଗୀ, କମିଟି ମୁଖ୍ୟ ଗଗନ ବିହାରୀ ଦାସ ଏବଂ ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ଗାଡି ଚାଳକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
