ବଲିଉଡ ଇଣ୍ଡଷ୍ଟ୍ରି ସାଉଥ ସିନେମାରୁ ଶିଖିବା ଉଚିତ୍ : ସଞ୍ଜୟ ଦତ୍ତ
ମୁମ୍ବାଇ : ସଞ୍ଜୟ ଦତ୍ତ କିଛି ସମୟ ଧରି ସାଉଥ ଚଳଚ୍ଚିତ୍ରରେ କାମ କରୁଛନ୍ତି । କେଜିଏଫ୍ ପାର୍ଟ-୨ ସହିତ କନ୍ନଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଏଥି ସହିତ ସଞ୍ଜୟଙ୍କ ଦ୍ୱିତୀୟ କନ୍ନଡ ଫିଲ୍ମ କେ.ଡି ଦ ଡେଭିଲ୍ ଶୀଘ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଅଛି। ବର୍ତ୍ତମାନ ଫିଲ୍ମର ହିନ୍ଦୀ ଟାଇଟଲ୍ ଟିଜର ରିଲିଜ୍ ହୋଇଛି । ଏନେଇ ସଞ୍ଜୟ କହିଛନ୍ତି ଯେ ସେ ଅଧିକରୁ ଅଧିକ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ ଆହୁରି କହିଛନ୍ତି କି ବଲିଉଡ ଇଣ୍ଡଷ୍ଟ୍ରି ଏହି ସମୟରେ ସାଉଥ ସିନେମାରୁ ଶିଖିବା ଉଚିତ୍ । ବଲିଉଡ ମଧ୍ୟ ଏହାର ମୂଳକୁ ଭୁଲିଯିବା ଉଚିତ ନୁହେଁ।
ସଞ୍ଜୟ କହିଛନ୍ତି, ମୁଁ କେଜିଏଫ୍ ରେ କାମ କଲି ଏବଂ ବର୍ତ୍ତମାନ ମୁଁ କେଡି ଦ ଡେଭିଲ୍ ରେ ନିର୍ଦ୍ଦେଶକ ପ୍ରେମଙ୍କ ସହିତ କାମ କରୁଛି । ‘ମୁଁ କେଜିଏଫ୍ ଏବଂ ଏସ୍ ରାଜାମୌଲି ସାରଙ୍କ ସହ କାମ କରିଥିଲି । ମୁଁ ଦେଖିଲି ଏଠାରେ ବହୁତ ଉତ୍ସାହ, ପ୍ରେମ ଏବଂ ଏନର୍ଜି ସହିତ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ତେଣୁ ମୋତେ ସାଉଥ ଫିଲ୍ମରେ କାମ କରିବାକୁ ଅଧିକ ଖୁସି ଲାଗୁଛି ।
