ଭାରତକୁ ହରାଇବା ପାଇଁ ପ୍ରସ୍ତୁତ ପାକିସ୍ତାନ : ବାବର
ମେଲବୋର୍ଣ୍ଣ : ଆଜି ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନର ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜାମ ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ପାକିସ୍ତାନ ଅଧିନାୟକ କହିଛନ୍ତି ଯେ ଭାରତକୁ ହରାଇବା ପାଇଁ ପାକିସ୍ତାନ ପ୍ରସ୍ତୁତ ରହିଛି । ସେହିପରି ପାକିସ୍ତାନ ଦଳ ଭାରତ ବିପକ୍ଷ ମ୍ୟାଚ ପାଇଁ କିପରି ପ୍ରସ୍ତୁତ ହେଉଛି । ଭାରତ ବିପକ୍ଷରେ ପାକିସ୍ତାନର ପ୍ଲେଇଂ ଇଲେଭେନକ’ଣ ହେବ ସେ ବିଷୟରେ ମଧ୍ୟ ସେ ଜବାବ ରଖଥିଲେ ।
ସୂର୍ଯ୍ୟକୁମାର ଯାଦବ ନିଜର ଭିନ୍ନ ଶୈଳୀର ବ୍ୟାଟିଂ ପାଇଁ ବିଶ୍ଵ କ୍ରିକେଟ୍ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ୩୬୦ ଡିଗ୍ରୀ ବ୍ୟାଟିଂର କୌଶଳ ସବୁ ଦଳ ପାଇଁ ଚିନ୍ତାର କାରଣ। ତେବେ ଜଣେ ବିଶେଷ ବ୍ୟାଟସମ୍ୟାନଙ୍କୁ ଅତିରିକ୍ତ ଗୁରୁତ୍ଵ ଦେବାକୁ ଚାହୁଁନି ବୋଲି କହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ଆସନ୍ତାକାଲି ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ହାଇଭୋଲଟେଜ୍ ମୁକାବିଲା ପୂର୍ବରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବାବର ଆଜମ। ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ସବୁଠୁ କମ ବଲ୍ରେ ଦ୍ରୁତ ୧୦୦୦ ରନ ପୂରା କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେ ପଡିଆର ଚତୁଃପାର୍ଶ୍ଵରେ ବଡ ସଟ୍ ମାରିବାରେ ସିଦ୍ଧହସ୍ତ। ବାବର ମ୍ୟାଚ୍ର ପୂର୍ବ ସନ୍ଧ୍ୟାରେ କହିଛନ୍ତି, ଆମେ କେବଳ ସୂର୍ଯ୍ୟକୁମାର ନୁହେଁ ବରଂ ପ୍ରତ୍ୟେକ ଖେଳାଳିଙ୍କ ଲାଗି ଯୋଜନା ପ୍ରସ୍ତୁତ କରିଛୁ। ଆମର ଗୋଟିଏ ଯୋଜନା ଏବଂ ଆଶା କରୁଛୁ ଏହାକୁ ପଡିଆରେ ଉଚିତ୍ ଭାବେ ପ୍ରୟୋଗ କରି ପାରିବୁ। ଭାରତକୁ ହରାଇବାକୁ ଆମେ ପ୍ରସ୍ତୁତ ବୋଲି ପାକିସ୍ତାନ ଅଧିନାୟକ କହିଛନ୍ତି।
ପାକିସ୍ତାନ ପାଇଁ ଭଲ ଖବର ଯେ, ଶାନ ମସୁଦ ଆହତଜନିତ ସମସ୍ୟାରୁ ମୁକୁଳିଛନ୍ତି। ସେ ସମସ୍ତ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫକର ଜମାନ ବି ସୁସ୍ଥ ହେଉଛନ୍ତି, କିନ୍ତୁ ସେ ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ ନାହିଁ। ପିଚ୍ ଦୁଇ ଦିନ ହେବ ଢଙ୍କା ଯାଇଛି। ମାତ୍ର ଆସନ୍ତାକାଲିର ବଡ ମୁକାବିଲାରେ ଆମର ଚୂଡାନ୍ତ ଏକାଦଶ କଣ ରହିବ ଆମେ ଜାଣିଛୁ।
ଯଦି ବର୍ଷା କାରଣରୁ ମ୍ୟାଚ୍ରେ ଓଭର କମ କରାଯାଏ ତେବେ ବି ବାବରଙ୍କ ଦଳ ପ୍ରସ୍ତୁତ। ମ୍ୟାଚ୍ ଯେତେ ବି ଓଭର ଖେଳା ଯାଉନା କାହିଁକି ସେଥିପାଇଁ ଆମେ ପ୍ରସ୍ତୁତ। ମାତ୍ର ପୂରା ମ୍ୟାଚ୍ ଖେଳାଗଲେ କ୍ରୀଡାପ୍ରେମୀଙ୍କ ପାଇଁ ଭଲ ହେବ ବୋଲି ବାବର କହିଛନ୍ତି।
ପାକିସ୍ତାନ ଦଳ :
ବାରବ ଆଜମ(ଅଧିନାୟକ), ଶାଦାବ ଖାନ, ଆସିଫ ଅଲ୍ଲୀ, ହାଇଦର ଅଲ୍ଲୀ, ହାରିସ ରାଉଫ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ମହମ୍ମଦ ହସନେନ, ମହମ୍ମଦ ରିଜଓ୍ଵାନ, ମହମ୍ମଦ ଓ୍ଵାସିମ ଜୁନିୟର, ନସୀମ ଶାହ, ଶାହିନ ଶାହ ଆଫ୍ରିଦି, ଶାନ ମସୁଦ, ଫକର ଜମାନ।
