ବାଇକ୍ ଦୁର୍ଘଟଣା : ୨ ନାବାଳକ ଗୁରୁତର
ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ନଛିମପୁର ଗାଁର ଏକ ବାଇକ୍ରେ ଦୁଇ ନାବାଳକ ଗଲାବେଳେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ତାରବାଡରେ ପଶିଯାଇଥିଲା । ଫଳରେ କାହ୍ନା ବିନ୍ଧାଣୀ (୧୩), ଜିତୁ ରଣା (୧୪) ଗୁରୁତର ହୋଇ ପ୍ରଥମେ ଜିକେ ଭଟ୍ଟର ହସ୍ ପିଟାଲ ଓ ପରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ନାବାଳକ ଦ୍ୱୟ ତାଙ୍କର ଜଣେ ସମ୍ପର୍କୀୟଙ୍କ ବାଇକ୍କୁ ଚଳାଇ ଆସି ପୂର୍ବତନ ସରପଂଚ ଦିନେଶ ଜେନାଙ୍କ ଘର ନିକଟରେ ଥିବା ତାରବାଡ ଭିତରେ ଲଟକି ରହିଥିଲେ । ଏହା ଜାଣିପାରି ଶ୍ରୀ ଜେନା ଓ ସାଂବାଦିକ ଦୁର୍ଗାଶଂକର ଗିରି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସାର ବ୍ୟବସ୍ଥା କରାଇଥିଲେ ।
