ଯାଜପୁର ଓ କୋରେଇ ବ୍ଳକ ପଞ୍ଚାୟତ ସମିତି ସଭ୍ୟମାନଙ୍କର ଦଶରଥପୁର ପରିଦର୍ଶନ
ଯାଜପୁର : ଯାଜପୁର ପ୍ରକଲ୍ପ ନିର୍ଦେଶକ ତଥା ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଓ କୋରେଇ ବ୍ଲକର ସମିତି ସଭ୍ୟ/ସଭ୍ୟାମାନେ ମଙ୍ଗଳବାର ପୂର୍ବାହ୍ନରେ ଦଶରଥପୁର ବ୍ଲକ ପରିଦର୍ଶନରେ ପହଞ୍ôଚଥିଲେ । ଯାଜପୁର ବ୍ଲକର ୧୬ ସମିତି ସଭ୍ୟ/ସଭ୍ୟାଙ୍କ ସମେତ କୋରେଇ ବ୍ଲକର ୨୨ ଜଣ ସମିତି ସଭ୍ୟା/ସଭ୍ୟା ଦଶରଥପୁର ବ୍ଳକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଆଗନ୍ତୁକ ସମିତି ସଭ୍ୟ/ସଭ୍ୟାମାନଙ୍କୁ ବ୍ଲକ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ସମିତି ସଭ୍ୟ/ସଭ୍ୟା ଗ୍ରାମ ନନ୍ଦିପୁର ପଂଚାୟତର ମା ଜାଗୁଳାଇ ପୁଷ୍କରଣି ଏବଂ ପାର୍କ , ନାରିଗାଁ ଜଗନ୍ନାଥ ମନ୍ଦିର, କୁଆଁସ ମଂଗଳା ପୀଠ ଆଦି ସ୍ଥାନ ପରିକ୍ରମା କରିଥିଲେ । ଜଗନ୍ନାଥ ମନ୍ଦିରରେ ପ୍ରସାଦ ସେବନ କରିବା ସହିତ ଦଶରଥପୁର ବ୍ଲକରେ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ଲୋକପ୍ରତିନିଧିମାନେ ଉଚ୍ଚ ପ୍ରଶଂସା କରିଥିଲେ । ବିଡିଓ ସ୍ୱେତା ସ୍ନିଗ୍ଧା , ଏବିଡିଓ ତ୍ରୀଲୋଚନ ସେଠି, ନିର୍ବାହି ଯନ୍ର୍ତ୍ରୀ ରାହାସ ବିହାରୀ ଜେନା, କନିଷ୍ଠ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର କାପ, ଚିତ୍ତରଂଜନ ଶତପଥୀ, ଅମୀୟ ରାଉତ, ସୁବ୍ରତ ବେହେରା, ବିରଜାପୁର ସରପଂଚ ନିରାକାର ସାହୁ, ସମିତି ସଭ୍ୟ ସନ୍ତୋଷ ରାୟ , ବିଏସଏସଓ ସ୍ୱାଧିନା କ୍ରୀର୍ଷ୍ଣାବାଳା, ସୁମନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
