କୁପାରୀରେ ଡ୍ରାଇଭର ସଂଘ ସଦସ୍ୟଙ୍କ ଦଣ୍ଡବତ ଯାତ୍ରା
ଖଇରା : ଓଡିଶାରେ କାର୍ଯ୍ୟରତ ଡ୍ରାଇଭର ଙ୍କ ଦାବୀ ପୁରଣ ପାଇଁ ସଂଘ ପ୍ରତିଷ୍ଠାତା ମାନେ ସମଲେଶ୍ୱରୀ ମନ୍ଦିରରୁ ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଜାରି ରଖିଛନ୍ତି । ଉକ୍ତ ପ୍ରତିଷ୍ଠାତା ଙ୍କ ଲକ୍ଷ ପୁରଣ ପାଇଁ ଏବଂ ସମସ୍ତ ଡ୍ରାଇଭରଙ୍କ ମଙ୍ଗଳକାମନା କରି ଓଡିଶା ଡ୍ରାଇଭର ସଂଘ ଖଇରା ଶାଖା ର ସଦସ୍ୟ ମାନେ କୁପାରୀ ହନୁମାନ ମନ୍ଦିର ନିକଟରୁ ଦଣ୍ଡବତ ଯାତ୍ରା ଆରମ୍ଭ କରି ମା ଅମ୍ବିକା ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରିଥିଲେ । ଏଡିମିନି ମାନସ ରଞ୍ଜନ ବିଶ୍ୱାଳ ଉପଦେଷ୍ଟା ସୁରେନ୍ଦ୍ର ଦାସ ଏହାର ନେତୃ୍ତ୍ୱ ନେଇଥିଲେ ।ଫଟୋ-ଖଇରା୨-ଖଇରା ରେ କାର୍ଯ୍ୟରତ ଡ୍ରାଇଭର ମାନେ ଦଣ୍ଡବତ ଯାତ୍ରାରେ ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ଯାଉଛନ୍ତି।
