ଝାରସୁଗୁଡା ବିମାନ ବନ୍ଦରରେ ହକି ଇଣ୍ଡିଆ ର ସଭାପତି ଓ ହକି ଇଣ୍ଡିଆ ର ପରିଚାଳନା ନିର୍ଦ୍ଦେଶକ ଙ୍କୁ ସମର୍ଦ୍ଧନା
ଝାରସୁଗୁଡ଼ା : ଆଜି ବୁଧୁବାର ଅପରାହ୍ନ ୩-୩୦ରେ ଝାରସୁଗୁଡା ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦର ରେ ପୂର୍ବତନ ସଂସଦ ତଥା ହକି ଇଣ୍ଡିଆ ର ସଭାପତି ସଭାପତି ପଦ୍ମଶ୍ରୀ ଡଃ ଦିର୍ଲିପ କୁମାର ତ୍ରୀର୍କି ଓ ହକି ଇଣ୍ଡିଆ ର ପରିଚାଳନା ନିର୍ଦ୍ଦେଶଲ ସି.ଡି.ଆର, ଆର.କେ ଶ୍ରୀବାସ୍ତବ ରାଉଲକେଲା ଗସ୍ତରେ ଆସି ଥିବା ବେଳେ ଝାରସୁଗୁଡ଼ା ଜିଲ୍ଳା ହକି ଆସୋସିଏସନ ତରଫ ରୁ ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି,ଅଶ୍ୱନୀ ପାଣ୍ଡେ, ଡମ୍ପରୁଧର ପୂଜାରୀ, କ୍ରେମେର୍ଡ ରୋନାଲଡ (ସୋନୁ) ବିମାନ ବନ୍ଦର ରେ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ସମର୍ଦ୍ଧନା କରିବା ସହିତ ଝାରସୁଗୁୁଡା ଜିଲ୍ଳା ହକି ଆସୋସିଏସନ ର ପ୍ରକାଶିତ ସ୍ମରଣିକା ପ୍ରଦାନ କରି ଥିଲେ । ବର୍ତମାନ ଜିଲ୍ଳାରେ ଜାତୀୟ ଖେଳ ହକି ପ୍ରତି ସ୍କୁଲର ବାଳକ ,ବାଳିକା ଖେଳିବା ପାଇଁ ଆଗ୍ରହ ପ୍ରକାଶ କରୁ ଥିବା ବିଷୟରେ ଉପ-ସଭାପତି ଜୀବନ ମହାନ୍ତି ହକି ଇଣ୍ଡିଆ ର ପରିଚାଳନା ନିର୍ଦ୍ଦେଶକ ସି.ଡି.ଆର, ଆର.କେ ଶ୍ରୀବାସ୍ତବ ଙ୍କୁ ଅବଗତ କରାଇ ଥିଲେ । କିନ୍ତୁ ଝାରସୁଗୁଡା ଜିଲ୍ଳାରେ ଏକ ଆଷ୍ଟ୍ରେ ଟୋର୍ଫ ପଡିଆ ନ ଥିବାରୁ ଖେଳାଳି ମାନେ ଖେଳିବାରେ ଆଷ୍ଟ୍ରେ ଟୋର୍ଫ ପଡିଆ ରେ ଅସୁବିଧା ର ସମୁଖୀନ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ମାସରେ ଶେଷ ହୋଇ ଥିବା ଆନ୍ତଃ ଜିଲ୍ଳା ହକି ପ୍ରତିଯୋଗିତାରେ ସବ୍-ଜୁନିୟର (୧୭ବର୍ଷ) ବର୍ଗରେ ଓଡିଶାରେ ୮ମ ସ୍ଥାନ ଅଧିକାର କରିଛି ।
