ଓଡ଼ିଶା ଡ଼୍ରାଇଭର ମହାସଂଘ ଚନ୍ଦନପୁର ପକ୍ଷରୁ ମା ଦକ୍ଷିଣକାଳୀ ପୀଠରେ ଦୀପଦାନ
ପୁରୀ : ଓଡ଼ିଶା ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ନୀବନ ନିବାସ ନିକଟକୁ ସମ୍ବଲପୁରରୁ ରାଜ୍ୟ ସଭାପତି ଓ କର୍ମକର୍ତାମାନେ ରାସ୍ତାରେ ଦଣ୍ଡ ପ୍ରଣାମ କରି ସହ ନବୀନ ବାବୁଙ୍କୁ ମୁଣ୍ଡିଆ ମାରି ମାରି ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି । ଓଡ଼ିଶା ଡ଼୍ରାଇଭର ସଂଘ ଏକତା ଓ ଜିନ୍ଦାବଦ ନାରା ଦେଇ ଡ଼୍ରାଇଭର ସଂଘର ବିଭିନ୍ନ ସମସ୍ୟାର ସମାଧାନ ଓ ଦୁଃଖ ଜଣାଇବା ପାଇଁ ଭୁବନେଶ୍ୱର ନବୀନ ନିବାସରେ ଦାବିପତ୍ର ଦେବେ । ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ଚନ୍ଦନପୁର ଶାଖା ପକ୍ଷରୁ ସଂଘର କର୍ମକର୍ତା ସୁକାନ୍ତ କୁମାର ପଣ୍ଡା, ସନ୍ତୋଷ ଜେନା, ଯୁଗଳ ମହାନ୍ତି, ବିଜୟ ଜେନା ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ଦୀପଦାନ କରିବା ସହ ସେମାନଙ୍କ ମଙ୍ଗଳ କାମନା କରି ଆର୍ଶିବାଦ ଭିକ୍ଷା କରିଛନ୍ତି । ଏହା ସହ ଚନ୍ଦନପୁର ଗୁରୁଦେବ ଓ ବାବା ବୁଢାଲିଙ୍ଗ ନିକଟରେ ଦୀପଦାନ କରି ତାଙ୍କର ଦିର୍ଘାୟୁ କାମନା କରିବା ସହ ଡ଼୍ରାଇଭର ସଂଘ ଏକତା ଜିନ୍ଦାବାଦ ନାରା ଦେଇଥିଲେ ।
