କର୍ଣ୍ଣାଟକର ବିଦରରେ ୩.୫ ତୀବ୍ରତାର ଭୂମିକମ୍ପ
ବାଙ୍ଗାଲୁର : କର୍ଣ୍ଣାଟକ ରାଜ୍ୟର ବିଦର ଇଲାକାରେ ରବିବାର ଦିନ ଭୂମିକମ୍ପ ଅନୁଭବ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା ୩.୫ ରହିଛି । ଏହି ଭୂମିକମ୍ପରେ ଏବ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ନେସନାଲ ସେଂଟର ଫର ସିସମୋଲୋଜି ମୁତାବକ ବିଦର ରେ ଆଜି ସକାଳ ୧୦.୪୪ ମି. ସମୟରେ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା । ଏହି ଭୂକମ୍ପର କେନ୍ଦ୍ର ନିଜାମାବାଦର ୧୨୭ କି.ମି. ଦକ୍ଷିଣ-ପଶ୍ଚିମ ଭୂମିରୁ ୫ କିଲୋମିଟର ଗଭୀରରେ ରହିଥିଲା । ଭୂକମ୍ପରେ ଏବେ ସୁଦ୍ଧା କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ ।
