ଭୋଗରାଇରେ ୪୩୫ ୟୁନିଟ୍ ରକ୍ତ ସଂଗୃହୀତ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉତ୍ତରଦେଉଳା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ଜୀବନ ବିନ୍ଦୁ ଓଡ଼ିଶା ମୋ ପରିବାର ପକ୍ଷରୁ ୪୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ବ୍ଲକସ୍ତରୀୟ ଏହି ମେଗା ରକ୍ତଦାନ କାର୍ଯ୍ୟକୁ ଫିତାକାଟି ଉଦ୍ଘାଟନ କରିଥିଲେ ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ । ଭୋଗରାଇ ବ୍ଲକ ୫୦ ପଞ୍ଚାୟତ ସହସ୍ରାଧିକ ଯୁବତୀ ଯୁବତୀଯୁବକ ଦୂରଦୂରାନ୍ତରୁ ଆସି ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ କିଟ୍ ଅଭାବରୁ ରକ୍ତ ସଂଗ୍ରହ ସମ୍ଭବ ହୋଇପାରି ନଥିଲା । ରକ୍ତଦାନ କରିପାରି ନଥିବା ଯୁବତୀଯୁବକମାନେ ଶେଷରେ ନିରାଶ ହୋଇ ଘର ବାହୁଡ଼ା ହୋଇଥିଲେ । ବହୁ ସଂଖ୍ୟକ ଯୁବତୀଯୁବକଙ୍କ ରକ୍ତଦାନ କେନ୍ଦ୍ରରେ ଭିଡ଼ ଜମାଇଥିବାରୁ ଆୟୋଜକକାରୀ ଏବଂ ରକ୍ତ ସଂଗ୍ରହକାରୀ ସ୍ୱାସ୍ଥ୍ୟକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଜୀବନବିନ୍ଦୁ ଓଡ଼ିଶା ମୋ ପରିବାର ବ୍ଲକ ସଂଯୋଜକ ନଳିନୀ କୁମାର ସେଠୀ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତପ୍ରକାଶ କରିଥିବା ବେଳେ ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ଭାଇସଚେୟାରମ୍ୟାନ୍ ମୀନାରାଣୀ ସାସମଲ, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଗଣପତି ଗିରି ଓ ଭାଇସଚେୟାରମ୍ୟାନ୍ ଦୀପକ କୁମାର ଦାସ, ଜିଲା ବିଜେଡି ଉପସଭାପତି ଭୁବନାନନ୍ଦ ଦାସ, ବିଜେଡି ବ୍ଲକ ସଭାପତି ରମାକାନ୍ତ କରଣ, ସରପଞ୍ଚ ତପନ କୁମାର ପଣ୍ଡା, ଯୁବନେତା ତାପସ ଦାସ ମହାପାତ୍ର, ବରିଷ୍ଠ ନେତା ବିଶ୍ୱଜିତ୍ ଦାସ, ସମିତିସଦସ୍ୟ ଭବେନ୍ଦ୍ର ସାହୁ, ଜିଲାପରିଷଦ ସଦସ୍ୟା ଦମୟନ୍ତୀ ସାହୁ, କବିତା ମହାନ୍ତି, ନିବେଦିତା ମହାନ୍ତି, ଗିରିଶ ଚନ୍ଦ୍ର ଦତ୍ତ, ପ୍ରତିମା ଚାନ୍ଦଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ଶିକ୍ଷିକାଶିକ୍ଷକ, ସମସ୍ତ ସରପଞ୍ଚ, ସମିତିସଦସ୍ୟ ଓ ବିଜେଡିର ବହୁ ବରିଷ୍ଠ ନେତା, ଏସ୍ଏଚ୍ଜି ଗ୍ରୁପ୍, ଅଙ୍ଗନୱାଡ଼ି କର୍ମୀ, ମାନେ ସାମିଲ ହୋଇ ଯୁବତୀଯୁବକଙ୍କୁ ଉତ୍ସାହିତ କରିଥିଲେ ।
