ଆଜିଠୁ ଟି-୨୦ ବିଶ୍ୱକପ! ଶ୍ରୀଲଙ୍କା ଓ ନାମ୍ବିଆ ପ୍ରଥମ ମୁକାବିଲା
ନୂଆଦିଲ୍ଲୀ : ଆଜିଠୁ ଟି-୨୦ ବିଶ୍ୱକପ। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ଆୟୋଜନ କରାଯାଉଛି । ଏଥିପାଇଁ ସମସ୍ତ ଦଳ ଏଠାରେ ପହଞ୍ଚିସାରିଛନ୍ତି । ବିଶ୍ୱକପ୍ରେ ପ୍ରଥମ ମୁକାବିଲା ଶ୍ରୀଲଙ୍କା ଓ ନାମ୍ବିଆ ଭିତରେ ହେବ । ସେହିପରି ବିଶ୍ୱକପ୍ରେ ସୁପର ୧୨ ଷ୍ଟେଜର ମୁକାବିଲା ୨୨ ଅକ୍ଟୋବରରୁ ଆରମ୍ଭ ହେବ । ସେଠାରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରସ୍ପର ସହିତ ଲଢେଇ କରିବେ । ଅପରପକ୍ଷେ ଆସନ୍ତା ୨୩ ଅକ୍ଟୋବରରେ ହାଇ ଭୋଲଟେଜ୍ ମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ ।
ଟି-୨୦ ବିଶ୍ୱକପରେ ମୋଟ ୧୬ଟି ଟିମ୍ ଭାଗ ନେଉଛନ୍ତି । ସେମାନେ ହେଲେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ସୁପର ୧୨ରେ ସାମିଲ ହୋଇଛି । ସେଭଳି ରାଉଣ୍ଡ ମୁକାବିଲାରେ ମୋଟ ୮ଟି ଟିମ୍ ରହିଛି । ଏଥିରେ ଶ୍ରୀଲଙ୍କା, ନାମ୍ବିଆ, ନେଦରଲାଣ୍ଡ, ୟୁଏଇ, ଆୟରଲାଣ୍ଡ, ସ୍କଟଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେର ଟିମ୍ ରହିଛି । ଏହି ଟିମ୍ ୪-୪ ଗ୍ରୁପ୍ରେ ବିଭାଜିତ ହୋଇଛି । ରାଉଣ୍ଡ ମୁକାବିଲାର ଫାଇନାରେ ଭେଟିବାକୁ ଥିବା ମୋଟ ୪ଟି ଟିମ୍ ସୁପର ୧୨ରେ ସାମିଲ ହେବ । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ବିଶ୍ୱକପ୍ ପାଇଁ ପ୍ରାଇଜ ମନି ମଧ୍ୟ ଘୋଷଣା କରିଛି । ମେଲବୋର୍ଣ୍ଣରେ ଫାଇନାଲ ଜିତିଥିବା ଟିମ୍କୁ ମୋଟ ୧୩ କୋଟି ଟଙ୍କାର ଚେକ୍ ଦିଆଯିବ । ସେଭଳି ରନ୍ର ଅପ୍ ଟିମ୍କୁ ୬.୫୨ କୋଟି ଟଙ୍କାର ଚେକ୍ ଦିଆଯିବ । ସେମିଫାଇନାଲ ରେ ହାରିଥିବା ଟିମ୍କୁ ୩.୨୬ କୋଟି ଟଙ୍କା ଦିଆଯିବ ।

ସୂଚନା ଯେ, ବିଶ୍ୱକପ୍ ପୂର୍ବରୁ ସବୁ କ୍ୟାପଟେନ୍ ଡେ ଇଭେଂଟରେ ସାମିଲ ହୋଇଥିଲେ ଓ ଗଣମାଧ୍ୟମକୁ ନିଜର ପ୍ରସ୍ତୁତି ସମ୍ପର୍କରେ କଥା ବାର୍ତା କରିଥିଲେ । ଇଭେଣ୍ଟ ପରେ ସବୁ ଦଳର ଅଧିନାୟକ ଏକାଠି ଫଟୋ ଉଠାଇଥିଲେ, ଯାହାକୁ ଆଇସିସି ନିଜର ଟ୍ୱିଟର ଆକାଉଂଟରେ ସେୟାର କରିଛି ।
