କଂଗ୍ରେସ ଘୋଷଣା କଲା ତାରକା ପ୍ରଚାରକ ତାଲିକା, ତାଲିକାରୁ ବାଦ ପଡିଲେ ବିଧାୟକ ମୋକିମ
ଭୁବନେଶ୍ୱର : ଆଗାମୀ ଧାମନଗର ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ତାରକା ପ୍ରଚାରକ ତାଲିକା ।ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ପରାମର୍ଶ କ୍ରମେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ଏଜ ୩୦ ଜଣିଆ ତାରକା ପ୍ରଚାରକ ତାଲିକା ଏଆଇସିସି ଅନୁମୋଦନ କରି ଘୋଷଣା କରିଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ତାଲିକାରୁ ବିଧାୟକ ମୋହମ୍ମଦ ମୋକିମଙ୍କ ନାମ ନାହିଁ ।
ଏହି ତାଲିକାରେ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ସମେତ ଓଡିଶା ପ୍ରଭାରୀ,ସାଂସଦ ଡ଼ ଏ ଚେଲ୍କା କୁମାର,ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ,ଜି ରୁଦ୍ରରାଜୁ ରହିଥିବା ଥିବା ବେଳେ ୩ ଜଣ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ପ୍ରସାଦ ହରିଚନ୍ଦନ ରହିଛନ୍ତି ।ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ପିସିସି କାଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ,ପୂର୍ବତନ ସାଂସଦ ତଥା ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାଶ,ଏଆଇସିସି ସମ୍ପାଦକ ଶରତ ରାଉତ,ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା,ତାରା ପ୍ରସାଦ ବାହିନୀପତି,ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ,ଦାଶରଥି ଗମାଙ୍ଗ,ସି ଏସ ରାଜନ ଏକ୍କା ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ବିଜୟଲଷ୍ମୀ ସାହୁ,ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା,ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ସୁଶୀଳା ତିରିଆ,ଅନନ୍ତ ସେଠି,ଅଖିଳ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା,ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଓଡିଶା ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଯୁବ କଂଗ୍ରେସ ସଭାପତି ଶ୍ରୁତି ରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ରହିଛନ୍ତି ।
