ବିଶ୍ବ ହାତଧୁଆ ଦିବସ ପାଳିତ
ଦଶପଲ୍ଲା : ପ୍ରତିବର୍ଷ ଅକ୍ଟୋବର ୧୫ତାରିଖକୁ ବିଶ୍ବ ହାତଧୁଆ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି କ୍ରମରେ ଆଜି ଦଶପଲ୍ଲା ବ୍ଳକ ଓ ଏନଏସିର ବିଭିନ୍ନ ବିଦ୍ୟାଳୟରେ ହାତଧୁଆ ଦିବସ ପାଳନ ସହିତ ଛାତ୍ରଛାତ୍ରୀ ମାନଂକ ମଧ୍ଯରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାତ ଧୋଇବାର ପଦ୍ଧତି, ଏହାର ଆବଶ୍ଯକତା ସମ୍ବନ୍ଧରେ ପିଲାମାନଙ୍କୁ ଶିକ୍ଷକଂକ ଦ୍ବାରା ସଚେତନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ହାତଧୁଆ ଦିବସ ପାଳନ ଅବସରରେ ଚଳିତ ବର୍ଷର ଥିମ୍ ରହିଛି ୟୁନିଟ୍ ଫର୍ ୟୁନିଭର୍ସାଲ୍ ହାଣ୍ଡ୍ ହାଇଜିନ୍।
