ରାଜ୍ୟପାଳଙ୍କ ଦ୍ୱାରା ‘ଏରୁଣ୍ଡି ବନ୍ଧ’ ପୁସ୍ତକ ଉନ୍ମୋଚିତ
କଟକ : ଗାଳ୍ପିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଦ୍ୱିବେଦୀଙ୍କ ପ୍ରଥମ ଗଳ୍ପ ସଂକଳନ ‘ଏରୁଣ୍ଡି ବନ୍ଧ’ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ୱାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚନ ସମୟରେ ଗାଳ୍ପିକାଙ୍କ ସମେତ ବରିଷ୍ଠ କବି ତଥା ରାଜ୍ୟପାଳଙ୍କ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରକ୍ଷକ ନାୟକ, ସମାଜସେବୀ ସୁନୀଲ ଦ୍ୱିବେଦୀ ଓ ଗୀତାଞ୍ଜଳି ବେହୁରିଆ ଉପସ୍ଥିତ ଥିଲେ । ମହିଳାଙ୍କ ମନସ୍ତତ୍ତ୍ୱ ଉପରେ ଆଧାରିତ ଏହି ସାମାଜିକ ଗଳ୍ପ ପୁସ୍ତକଟି ଓଡିଶା ବୁକ ଏମ୍ପୋରିୟମ, କଟକ ଦ୍ୱାରା ପ୍ରକାଶିତ ହୋଇଛି । ଗାଳ୍ପିକା ଅଧୁନା ‘ରାଷ୍ଟ୍ରଦୀପ’ ସାପ୍ତାହିକ ପତ୍ରିକାର ସହ ସମ୍ପାଦିକା ଭାବେ କାର୍ଯ୍ୟରତ । ଏହି ଅବସରରେ ରାଜ୍ୟପାଳ ସାହିତ୍ୟ ଜଗତରେ ଏଭଳି ଗଳ୍ପ ପୁସ୍ତକ ରଚନା କରି ମଂଚ ପ୍ରବେଶ କରିଥିବା ହେତୁ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ‘ଏରୁଣ୍ଡି ବନ୍ଧ’ ଗଳ୍ପ ପୁସ୍ତକରେ ଦୁଇଧାଡ଼ି ବାର୍ତ୍ତା ଲେଖି ହସ୍ତାକ୍ଷର କରିଥିଲେ ।
