୧୦୦ କୋଟିରେ ‘ଜୱାନ’ର ଓଟିଟି ରାଇଟସ୍ କିଣିଲା ଆମାଜନ ପ୍ରାଇମ ଭିଡିଓ
ମୁମ୍ଵାଇ : ବଲିଉଡ୍ର କିଙ୍ଗ ଖାନ ତଥା ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଜୱାନର ଓଟିଟି ରାଇଟସ୍ ପାଇଁ ପ୍ଲାଟଫର୍ମ ମଧ୍ୟରେ ଟକ୍କର ହୋଇଛି । ଆମାଜନ ଏବଂ ନେଟଫ୍ଲିକ୍ସ ଏହି ରେସର ଆଗରେ ଅଛନ୍ତି। ଜୱାନର ଓଟିଟି ରାଇଟସ୍କୁ ୨୫୦ କୋଟିରେ ବିକ୍ରି ହୋଇଥିବାର ଖବର ସାମ୍ନାକୁ ଆସିଥିଲା ।
ତେବେ ରିପୋର୍ଟ ଅନୁଯାୟୀ ଆମାଜନ ପ୍ରାଇମ ଭିଡିଓ ଏହି ଚଳଚ୍ଚିତ୍ରର ରାଇଟସ୍କୁ ୨୫୦ କୋଟିରେ ନୁହେଁ ୧୦୦ କୋଟିରେ କିଣିଛି । କହିବାକୁ ଗଲେ ବର୍ତ୍ତମାନ ଚଳଚ୍ଚିତ୍ରର ଟିଭି ରାଇଟସ୍ ଏବଂ ସଙ୍ଗୀତ ରାଇଟସ୍ ମଧ୍ୟ ବାକି ଅଛି । ଏହା କୁହାଯାଉଛି ଯେ ନିର୍ମାତାମାନେ ମଧ୍ୟ ଏଥିପାଇଁ ଅଧିକ ପରିମାଣର ଚାର୍ଜ କରିବାକୁ ଚାହୁଁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମର ସାଟେଲାଇଟ୍ ରାଇଟସ୍କୁ ଜି ଗ୍ରୁପ୍ ୧୫୦ କୋଟି ଟଙ୍କାରେ କିଣିଛି। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଲାଭରେ ପରିଣତ ହୋଇଛି ।
ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ର ପାଇଁ ଉତ୍ସାହିତ ଅଛନ୍ତି । ନିର୍ଦ୍ଦେଶକ ଅଟଲେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଗୋଟିଏ ଫ୍ଲପ୍ ଫିଲ୍ମ ଦେଇନାହାଁନ୍ତି। ଶାହାରୁଖ ଖାନ ପଠାନ ଫିଲ୍ମ ସହିତ କମ୍ବ୍ୟାକ୍ କରୁଛନ୍ତି। ପଠାନ ଜାନୁଆରୀ ୨୦୨୩ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ୍ ଏବଂ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ ଶାହାରୁଖ ଖାନ ରାଜକୁମାର ହିରାନୀଙ୍କ ସହ ଡଙ୍କି ଫିଲ୍ମ ମଧ୍ୟ ଅଫିସିଆଲି ଭାବେ ଘୋଷଣା କରିଛନ୍ତି। ଶାହାରୁଖ ଖାନ ଏହି ଫିଲ୍ମରେ ତାପସୀ ପନ୍ନୁଙ୍କ ସହ ନଜର ଆସିବେ। ଏହି ଫିଲ୍ମ ୨୨ ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟକୁ ଆସିବ। ଏହି ଦୁଇଟି ଚଳଚ୍ଚିତ୍ର ବ୍ୟତୀତ ଶାହରୁଖ ନିର୍ଦ୍ଦେଶକ ଅଟଲେଙ୍କ ସହ ଜୱାନ ଫିଲ୍ମରେ ମଧ୍ୟ ନଜର ଆସିବେ।
