କାଉଣ୍ଟରରେ ନକଲି ମଦବିକ୍ରି ଅଭିଯୋଗ ଏଥିରେ ସତ୍ୟତା ନାହିଁ କହିଲେ ତଦନ୍ତକାରୀ ଅଧିକାରୀ
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରସ୍ଥିତ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟରରେ ନକଲି ମଦ ବିକ୍ରି କରାଯାଉଥିବା ନେଇ କିଛି ବ୍ୟକ୍ତି ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ । ସରପଞ୍ଚ ଅଧିକାରୀଙ୍କୁ ଜଣାଇବା ପରେ ଅବକାରୀ ବିଭାଗ ଆଶିଷ୍ଟାଣ୍ଟ ଏସପି ସୁଶାନ୍ତ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ନିଳଗିରି ଅବକାରୀ ନିରିକ୍ଷକ ନାରାୟଣ ବେହେରା ଉକ୍ତ ସରକାରୀ କାଉଣ୍ଟର ଓ ଗୋଦାମ ତଦନ୍ତ କରି ଫେରିଛନ୍ତି । ପରେ ଏ ସମ୍ପର୍କରେ ବେହେରାଙ୍କୁ ଯୋଗାଯୋଗ କରିବାରେ ଏସପିଙ୍କ ନିର୍ଦ୍ଦେଶ ପରେ ସେ ନମୂନା ସଂଗ୍ରହ କରିବା ସହ କାଗଜପତ୍ର ତଦନ୍ତ କରିଥିଲେ । ନକଲି ମଦ ବିକ୍ରି ହେଉଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ଏଥିରେ କୌଣସୀ ସତ୍ୟତା ନାହିଁ । ଯଦି କେହି ନକଲି ମଦ ବିକ୍ରିର ପ୍ରମାଣ କେହି ଆଣିଦିଏ ତେବେ ସେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
