ଚୋରା କାଠ ସହିତ ଭୁଟଭୁଟି ଓ ବାଇକ୍ ଜବତ୍ : ୨ ଗିରଫ
ଜଳେଶ୍ୱର : ଆଜି ଜଳେଶ୍ୱର ଅଂଚଳରୁ ପଶ୍ଚିମବଂଗକୁ ଚୋରାକାଠ ଗଲାବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଭୁଟଭୁଟି ସହିତ ୧୧ଖଣ୍ଡ କାଠଗଣ୍ଡି ଓ ଏହାକୁ ସୁରକ୍ଷା ଦେଉଥିବା ବାଇକ୍କୁ ଜବତ୍ କରାଯାଇଛି । ଘଟଣାରେ ସଂପୃକ୍ତି ୨ଜଣକୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ, ପୁରୁଣା ଓଟିରୋଡର ଅଗ୍ରୱାଲା ଛକଠାରେ ଏକ ଭୁଟଭୁଟିରେ ୧୧ଟି କାଲ ଗଣ୍ଡି ବିରିଷପୁରରୁ ପଶ୍ଚିମବଂଗକୁ ଚୋରାରେ ଚାଲାଣ ହେଉଥିବା ଖବର ପାଇ ଜଳେଶ୍ୱର ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁ, ଫରେଷ୍ଟର ଭକ୍ତିଲତା ଦାସ, ରଂଜିତା ବିଶ୍ୱାଳ ଓ ଜଂଗଲ ସୁରକ୍ଷା କର୍ମୀ ସମରେଶ ଦାସ, କାର୍ତ୍ତିକ ପରିଡା, ଚଢାଉ କରିଥିଲେ । କାଠ ଜବତ୍ ହେବା ସହିତ ଭୁଟଭୁଟି ଓ ହୋଣ୍ଡା ଲିଭ ଓଡି୦୧ଏମ୍-୬୪୫୦କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ଭୁଟଭୁଟି ଚାଳକ ବିରିଶପୁର ଗାଁର ନିମାଇଁ ଦଳେଇ ଓ ବାଇକ୍ଚାଳକ ଲକ୍ଷ୍ମଣନାଥ ଗାଁର ପ୍ରଭାକର ଦେକୁ ଗିରଫ କରାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ ।
