ଧାମନଗର ଉପ-ନିର୍ବାଚନ : ଆଜି ନୋମିନେସନ ଫାଇଲ୍ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ
ଭଦ୍ରକ : ଆଜି ଧାମନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଶେଷ ଦିନରେ ନୋମିନେସନ ଫାଇଲ୍ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହେବ ସହ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ। ଅନ୍ୟପଟେ ଧାମନଗରରେ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କୁ ନେଇ ସୃ୍ଷ୍ଟି ହୋଇଛି ସସପେନ୍ସ । ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ଆଜି ନାମାଙ୍କନ ଦାଖଲ କରି ପାରନ୍ତି । ଯଦି ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରନ୍ତି ତାହାଲେ ଏହି ଉପ-ନିର୍ବାଚନ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି ।
ଗତ ବୁଧବାର ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ବହୁ ହେଭିୱେଟଙ୍କ ସହ ଭଦ୍ରକ ବ୍ଲକ ପରିସରରେ ଥିବା ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯାଇ ନାମାଙ୍କନ ଭରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଗାଁକୁ ଗାଁ ବୁଲିବା ସହ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଛନ୍ତି । କମ୍ପିଲାଣି ଧାମନଗର, ଜମିଲାଣି ମାହୋଲ । ଗୋଟେ ପଟେ ବିଜେପି ଅନୁକମ୍ପା ଭୋଟ୍ ଗୋଟାଇବାକୁ ଉଦ୍ୟମ ଚଳାଇଥିବା ବେଳେ ମହିଳା କାର୍ଡ଼ ଖେଳିଛି ବିଜେଡି । ସେହିଭଳି କଂଗ୍ରେସ ମଧ୍ୟ ସଂଗଠିତ ହେବାକୁ ଆରମ୍ଭ କରିଛି ଉଦ୍ୟମ
