ବିଷ ଖାଇ ନାବାଳକର ଆତ୍ମହତ୍ୟା
ସୋର : ସୋର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ଡଗାରା ଗ୍ରାମରେ ଆଜି ସକାଳେ ଜଣେ ନାବାଳକ ବିଷ ଖାଇ ଆତ୍ମହତ୍ୟା କରିଛି । ଏହି ଗ୍ରାମର ସ୍ୱର୍ଗତ ମୋହନ ମଲ୍ଲିକଙ୍କ ପୁଅ ସୁଶାନ୍ତ(୧୭) କୈାଣସି କାରଣରୁ ମାନସିକ ଭାରସାମ୍ୟ ହରାଇଈ ବିଷ ଖାଇ ଘର ପାଖ ଏକ ନାଳ ନିକଟରେ ମୁହଁମାଡି ପଡିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାକୁ ସଂଜ୍ଞାହୀନ ଅବସ୍ଥାରେ ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ପାଇ କେସ୍ ନଂ ୮୨/୨୨ରେ ଅପମୃତ୍ୟୁ ମାମଲ ରଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଗ୍ରାମରେ ସୁଶାନ୍ତର ଶବ ସଂସ୍କାର କରାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି ।
