ଗତିରାଉତପାଟଣା ସମିତି ସଭ୍ୟା ନିର୍ବାଚନ: ଏକମାତ୍ର ପାର୍ଥନୀଭାବେ ନାମାଙ୍କନ ଦାଖଲେ କଲେ ଭାଗ୍ୟଲକ୍ଷ୍ମୀ
କଟକ : କଟକ ସଦର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଗତିରାଉତପାଟଣା ସମିତି ସଭ୍ୟା ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥିନୀ ଭାବେ ଭାଗ୍ୟଲକ୍ଷ୍ମୀ ରାଉତ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରସ୍ତାବକ ଭାବେ ପ୍ରତାପ ଚନ୍ଦ୍ର ରାଉତ ଓ ସମର୍ଥକ ଭାବେ ମଧୁସ୍ମିତା ରାଉତଙ୍କ ନାମ ଥାଇ ଆଇନଜୀବୀ ଅକ୍ଷୟ ମଲ୍ଲିକଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ତଥା ବିଡିଓ ରାଜୀବ ଲୋଚନ ପରିଡାଙ୍କ ନିକଟରେ ନାମାଙ୍କନ ପତ୍ରକୁ ଦାଖଲ କରିଛନ୍ତି । ଅଧ୍ୟକ୍ଷା ପଦବୀ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଦଇ ଦୁଇଥର ବିଜ୍ଞପ୍ତି ପ୍ରକାଶ କରିସାରିଥିଲେ ବି ୧୧ଜଣ ମହିଳାଙ୍କ ମଧ୍ୟରୁ କେହିଜଣେ ହେଲେ ବି ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇ ନଥିଲେ । ଆଜିର ଏହି ନାମାଙ୍କନ ଦାଖଲ ବେଳେ ବିଡିଓଙ୍କ ସମେତ ଜିପିଓ ଲୋପାମୁଦ୍ର ନାୟକ, ଗତିରାଉତପାଟଣାର ମୁରବି ଯୁଗୋଳ କିଶୋର ବେହେରା, ଗଦାଧର ସ୍ୱାଇଁ, ଗଗନ ବିହାରୀ ଜେନା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ସିଂହ, ଜିଲ୍ଲା ସମ୍ପାଦକ ସମର ବେହେରା, ସଦର ବିକାଶ ମଂଚର ସଭାପତି ସୁବୋଧ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ମହିଳା ବିଜେଡି ଉପ ସଭାପତି ଝିନୁ ବେହେରା, ରଜନୀକାନ୍ତ ସାହୁଙ୍କ ସମେତ ବହୁ ସମିତି ସଭ୍ୟ ଉପସ୍ଥିତ ଥିଲେ ।
