ଅବକାରୀ ବିଭାଗ ଦ୍ୱାରା ୮୦୦ ଗ୍ରାମ ବ୍ରାଉନ୍ସୁଗର ଜବତ୍ : ୨ ବାଇକ୍ ସହ ୩ ଗିରଫ
ଜଳେଶ୍ୱର : ପଶ୍ଚିମବଂଗରୁ ଜଳେଶ୍ୱର ଅଭିମୁଖେ ଆସୁଥିବା ୨ଟି ବାଇକ୍ରେ ପ୍ରାୟ ୮୦୦ ଗ୍ରାମର ବ୍ରାଉନ୍ ସୁଗରକୁ ଅବକାରୀ ବିଭାଗ ଆଜି ଜବତ୍ କରିଥିବାର ଜଣାଯାଇଛି । ଏଥିରେ ୨ଟି ବାଇକ୍ ସହିତ ୩ଜଣଙ୍କୁ ଗିରଫ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମବଗରୁ ଓଡିଶାକୁ ବିଭିନ୍ନ ରାସ୍ତାରେ ବ୍ରାଉନ୍ସୁଗର ଆସୁଥିବା ବେଳେ ଆଜି ଏଥିନେଇ ଅବକାରୀ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଜାଲ ବିଛାଯାଇଥିଲା । ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପଥ ହେଟେଲ ନିକଟରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ଅବକାରୀ ବିଭାଗର କର୍ମଚାରୀ ଜଗିଥିବା ବେଳେ ଓଡି୦୧ଏଚ୍-୪୯୫୧ ହିରୋ ବାଇକ୍ରେ ଜଣେ ମହିଳା ସହିତ ଅନ୍ୟ ଜଣେ ଯୁବକକୁ ଗିରଫ କରିଛି । ସେମାନଙ୍କ ଠାରୁ ୪୮୦ ଗ୍ରାମର ବ୍ରାଉନ୍ସୁଗର ଜବତ୍ ହୋଇଥିବା ବେଳେ ଯୁବତୀର ନାମ ଅନିତା ବାରିକ (୨୨) ଓ ଯୁବକ ଜଣକ ଶୁଭାରୁଦ୍ଦିନ ଓରଫ ମୁନା (୨୮) ବୋଲି ଜଣା ଯାଇଛି । ସେହିପରି ୫୭ ରାଜ୍ୟ ରାଜପଥର କମର୍ଦ୍ଦା ଥାନା ଅନ୍ତର୍ଗତ ବାରମାଇଲ ନିକଟରୁ ଦିବାକର ନାୟକ (୨୩)ଙ୍କୁ ଏକ ହିରୋ ବାଇକ୍ରେ ଗଲାବେଳେ ୩୨୦ ଗ୍ରାମ ବ୍ରାଉନ୍ ସୁଗର ସହିତ ଏକ ବାିକ୍କୁ ଅବକାରୀ ବିଭାଗ ଜବତ୍ କରିଥିବା ଜଣାଯାିଛି । ଏ ସମ୍ପର୍କରେ ଅବକାରୀ ଇନିସ୍ପେକ୍ଟର ଅଭିରାମ ସାହୁ ସମସ୍ତ ସୂଚନା ଦେଇଛନ୍ତି ।
