ଚାରି ଜୁଆ ଆଡ୍ଡା ଉପରେ ଚଡାଉ,୧୩ ଜଣ ଗିରଫ
କୋରାପୁଟ : କୁମାର ପୂର୍ଣ୍ଣିମା ରେ ଜୁଆ ଖେଳ ଏକ ଖରାପ ପରମ୍ପରା।କିନ୍ତୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ଦିନ ଘରେ ଘରେ ତାସ ଖେଳ ସହ ଜୁଆ ଖେଳ ହୋଇଥାଏ।ପୂର୍ବରୁ ବେଶ ସତର୍କ ଥିଲା ବୋରିଗୁମ୍ମା ପୋଲିସ।କୁମାର ପୂର୍ଣ୍ଣିମା ଦିନ ପୋଲିସ ବୋରିଗୁମ୍ମା ବ୍ଲକନର ବିଭିନ୍ନ ସ୍ଥାନରେ ଚାରି ଜୁଆ ଆଡ୍ଡା ଉପରେ ଚଡାଉ କରି ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି।ଥାନା ଆଇଆଇସି ଖିରେଶ୍ୱର ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ ର ଏକ ଟିମ ପ୍ରଥମେ ଜୁଝାରୀ ଗ୍ରାମରେ ଚଡାଉ କରି ଦୁଇ ଜୁଆଡ଼ି ଙ୍କୁ ଗିରଫ କରିବା ସହ ତାଙ୍କ ନିକଟ ରୁ ତାସ ଓ ୧୪୭୦ ଟଙ୍କା ଜବତ କରାଯାଇଛି।ଦୁଇ ଜୁଆଡ଼ି ହେଲେ ଜୁଝାରୀ ଗ୍ରାମର ଦୁର୍ଯ୍ୟୋଧନ କମାର ଓ ଅର୍ଜ୍ଜୁନ କମାର।ସେହିଭଳି ଲଦୀଯୋଡି ଗ୍ରାମର ଆମ୍ବ ତୋଟା ରେ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଡାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ୧୨୭୫ ଟଙ୍କା ଜବତ କରିଛି ପୋଲିସ।ଦୁଇ ଜୁଆଡ଼ି ହେଉଛନ୍ତି ଲଦୀଯୋଡି ଗ୍ରାମର କୈଳାସ ବିଶୋଇ ଓ ହରି ହରିଜନ।ପୋଲିସ ର ଅନ୍ୟ ଏକ ଟିମ ପର୍ଲି ଗ୍ରାମର ମଣ୍ଡପରେ ଚଡାଉ କରି ଚାରି ଜୁଆଡ଼ି ଙ୍କୁ ଗିରଫ କରିବା ସହ ୨୫୬୦ ଟଙ୍କା ଜବତ କରିଛି ପୋଲିସ।ଚାରି ଜୁଆଡ଼ି ହେଉଛନ୍ତି ପର୍ଲି ଗ୍ରାମର ପୁରୁଷୋତ୍ତମ ଗୌଡ଼, ପ୍ରଫୁଲ୍ଲ ଅମନାତ୍ୟ, ଲଳିତ ଅମନାତ୍ୟ, ବଳଭଦ୍ର ଗୌଡ଼।ଶେଷରେ ପୋଲିସ କଣାଗାଁ ଛକ ରେ ଚଡାଉ କରି ପାଞ୍ଚ ଜୁଆଡ଼ି ଙ୍କୁ ଗିରଫ କରିବା ସହ ୨୧୧୦ ଟଙ୍କା ଜବତ କରିଛି ପୋଲିସ।ପାଞ୍ଚ ଜୁଆଡ଼ି ହେଉଛନ୍ତି କଣାଗାଁ ଗ୍ରାମର ଦିବ୍ୟ ରଞ୍ଜନ ଖୁରା, କୃଷ୍ଣ ହରିଜନ, ଗୋପାଳ ହରିଜନ, ଭରତ ହରିଜନ ଓ ବୁଡୁ ହରିଜନ।ଏନେଇ ଥାନାରେ ଚାରୋଟି ମାମଲା ହେବା ସହ ଦଫା ୩ ଓପିଜି ଆକ୍ଟ ରୂଜୁ କରାଯାଇଥିବା ଜଣାପଡିଛି।ଥାନା ର ଅତିରିକ୍ତ ଥାନା ଅଧିକାରୀ ଡମୁ ପରଜା, ଏସ ଆଇ ରଚିତା ମାଡକାମୀ,ଏଏସଆଇ ସଞ୍ଜୟ କୁମାର ମଣ୍ଡଳ, ସୁବାସ ଷଡ଼ଙ୍ଗୀ,ପଦ୍ମ ଲୋଚନ ନାୟକ,ହାବିଲଦାର ଦିବ୍ୟ ରଞ୍ଜନ ନାୟକ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ଜୁଆ ଆଡ୍ଡା ଚଡାଉ ରେ ସାମିଲ ଥିଲେ।
