ବରିଷ୍ଠ ସଂଗଠକ ତଥା ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ବାରିପଦା : ବରିଷ୍ଠ ସଂଗଠକ ତଥା ସାମ୍ବାଦିକ ସ୍ୱର୍ଗତ ରଂଜନ କୁମାର ମହାନ୍ତି ଙ୍କ ଉଦ୍ଦେଶ୍ୟରେ ବଳାଙ୍ଗୀ ମହୋତ୍ସବ କମିଟି ଏବଂ ଓଡିଆ ଜାଗରଣ ମଞ୍ଚ ତରଫରୁ ବାରିପଦା କଚେରୀ ଅଧିବେଶନ ଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଶିକ୍ଷାବିତ ନରେନ୍ଦ୍ର ମୋହନ ସେନାପତି ସଭାପତିତ୍ୱ କରିଥିବା ବେଳେ ଡ଼ଃ ଶଶୀଧର ବିଶ୍ୱାଳ ସଭା ପରିଚାଳନା କରିଥିଲେ । ବିଶିଷ୍ଟ ସଂଗଠକ, ସାମ୍ବାଦିକ ତଥା ସମାଜସେବୀ ସ୍ୱର୍ଗତ ରଂଜନ କୁମାର ମହାନ୍ତିଙ୍କ ଉଦ୍ୟେଶ୍ୟରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବଳାଙ୍ଗୀ ମହୋତ୍ସବ ଏବଂ ଓଡିଆ ଜାଗରଣ ମଂଚ ସହିତ ତାଙ୍କର ଘନିଷ୍ଠତା ତଥା ତାଙ୍କରକାର୍ଯ୍ୟଧାରା ଉପରେ ଆଲୋଚନା କରି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକ ରଂଜନ ବାବୁ ଜଣେ ବହୁମୁଖି ପ୍ରତିଭା ଥିଲେ ବୋଲି କହିଥିଲେ । ଉପସ୍ଥିତ ବକ୍ତା ମାନେ ତାଙ୍କର ସ୍ମୃତିଚାରଣ କରି ବାୟୂସେନାରୁ ଅବସର ପରେ ସେ ନିଜକୁ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ର ରେ ପ୍ରତିଷ୍ଠିତ କରିପାରିଥିଲେ ବୋଲି କହିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ପିତାମ୍ବର ମଲ୍ଲିକ, ଉଦୟନାଥ ଜେନା, ନନ୍ଦଲାଲ ସିଂହ, ସଂଜୀବ କୁମାର ରଣଜିତ, ଲିଙ୍ଗରାଜ ମିଶ୍ର, ସତ୍ୟନାରାୟଣ ବେହେରା, ବୁଦ୍ଧିରାମ ନାୟକ, ସୌରଭ କୁମାର ମିଶ୍ର, ଶିବବ୍ରତ ପଣ୍ଡା, ଦେବରାଜ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।
