୫୨ନଂ ୱାର୍ଡ ପରିମଳ କାର୍ଯ୍ୟର ତଦାରଖ କଲେ କର୍ପୋରେଟର ସୌଭାଗିନୀ
କଟକ : କଟକ ମହାନଗର ନିଗମ ଅନ୍ତର୍ଗତ ୫୨ନଂ ୱାର୍ଡର ବିଭିନ୍ନ ଅଞ୍ଚଳରେ ପରିମଳ କାର୍ଯ୍ୟର ତଦାରଖ କରିଛନ୍ତି କର୍ପୋରେଟର ସୌଭାଗିନୀ ଜେନା । ଏହି ଅବସରରେ ୱାର୍ଡର ବିଭିନ୍ନ ଅଞ୍ଚଳରେ ସଫେଇ କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ସଫେଇ କାର୍ଯ୍ୟ, ଅଳିଆ ଆବର୍ଜନା ହୋଇ ଜମି ରହିଥିବା ନାଳ ଗୁଡିକୁ ସଫା କରିବା ଆଦି କାମର ତଦାରଖ କରିଥିଲେ କର୍ପୋରେଟର ସୌଭାଗିନୀ । ଏଥିସହିତ ୱାର୍ଡର କାଜିଡିହ ଏବଂ ଅରବିନ୍ଦ ନଗରରେ ମୁକୁଳା ରହିଥିବା ଡ୍ରେନ ଉପରେ ସ୍ଲାବ ପକାଯିବା ସହ ଆଗାମୀ ଦିନରେ ସମସ୍ତ ମୁକୁଳା ଡ୍ରେନକୁ କଭର କରାଯିବ ବୋଲି କର୍ପୋରେଟର ସୌଭାଗିନୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଂଚଳର ବିଜୟ ଦାସ, ପୂର୍ଣ୍ଣ ବେହୁରା, ଅଭିଶେଖ ମିଶ୍ର, ବାଲ୍ମିକି ପ୍ରଧାନ, ବୈଦ୍ୟନାଥ ରାଉତ, ଚନ୍ଦନ ଦାସ ଏବଂ ସାରଦା ରାଉତଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ ।
