ମୟୂରଭଞ୍ଜ : ଆଜି ତା-୦୮/୧୦/୨୦୨୨ରିଖ ଆଗାମୀ ୩/୧୦/୨୦୨୨ ତାରିଖରେ ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ସୋସାଇଟିରେ ହେବାକୁ ଥିବା ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ୧୫ଗୋଟି ଜନ୍ରୁ ୧୫ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏକ ଦଳୀୟ ବୈଠକରେ ବିଜୁ ଜନତା ଦଳର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାରତୀ ହାଁସ୍ଦା, ମୋରଡା ବିଧାୟକ ରାଜକିଶୋର ଦାଶ, ପୂର୍ବତନ ରାଜ୍ୟସଭା ସାଂସଦ ସୋରଜିନୀ ହେମ୍ବ୍ରମ୍, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ କମଳା ତିରିଆ, ପୂର୍ବତନ ବିଧାୟକ ଭାଦବ ହାଁସ୍ଦା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ବ୍ଲକ୍ ଅଧ୍ୟକ୍ଷ ସୁନ୍ଦର ସିଂ, ବିଜେଡି ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ ନାୟକ, କୃଷ୍ଣ ଦାସ, ଉପ-ନଗରପାଳ ସୀମା ଦାଶ, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ସୁବ୍ରମଣ୍ୟମ୍ ମହାନ୍ତି, ଅରୁଣ ବରାଳ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଯଥା : ୧- ନିବେଦିତା ସାହୁ, ୨- ସୁନାରାମ ମାରାଣ୍ଡି, ୩- ଭାଗୀରଥି ଦେହୁରୀ, ୪- ରାଜକିଶୋର ଆଚାର୍ଯ୍ୟ, ୫- ଯସ୍ମିନ ମାଝି, ୬- ରାଜଶିବନାରାୟଣ କିସ୍କୁ, ୭- ପଙ୍କଜିନୀ ନାଏକ, ୮- ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ୍, ୯- ଅଭିନ୍ନସୁନ୍ଦର ପାତ୍ର, ୧୦- ଦ୍ରୈପଦୀ ସାହୁ, ୧୧- ମୋହନ ଚରଣ ବେହେରା, ୧୨- ଗିରିଧାରୀ ପୃଷ୍ଟି, ୧୩- ମଳୟ କୁମାର ଜେନା, ୧୪- ସୁବ୍ରମଣ୍ୟମ୍ ମହାନ୍ତି ଏବଂ ୧୫- ବିରେନ୍ଦ୍ର ନାଥ ବସାଙ୍କ ସମେତ ଦଳୀୟ ନେତା ସୋରଜ କୁମାର ବୋଷ, ପ୍ରଭାତ ମହାନ୍ତି, ସନ୍ତୋଷ ପଟ୍ଟନାୟକ, ଶବଣ ଗୋପ୍, କାଶିନାଥ ରଣା , ସୋରଜ ମହାପାତ୍ର, ସୁଜିତ ମହାନ୍ତି, ସୟଦ୍ ଫିରୋଜୁଦ୍ଦିନ୍, ଦୀପକ ମଢୁଆଳ ତତ୍ ସମେତ ଶତାଧିକ କର୍ମକର୍ତ୍ତା ବଡଜଗନ୍ନାଥ ମନ୍ଦିରରୁ ଏକ ସଭା ଯାତ୍ରାରେ ବାହାରି ଅମ୍ବିକା ମନ୍ଦରି ଦର୍ଶନ ସାରି ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ।
Post Views: 22,612