ସାତ ଟିକିଆ ହାତୀପଲଙ୍କ ଉପଦ୍ରବ, ଲୋକେ ଭୟଭୀତ
ତେଲକୋଇ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ପଡାଙ୍ଗ ଓ କୃଷ୍ଣପୁର ଗାଁରେ ୭ ଟିକିଆ ହାତୀପଲଙ୍କ ଉପଦ୍ରବ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏକର ଏକର ପାଚିଲା ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଏନେଇ ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି ।
କୃଷ୍ଣପୁର ଓ ପଡାଙ୍ଗ ଗାଁରେ ହାତୀପଲଙ୍କ ଆତଙ୍କ । ପଡାଙ୍ଗ ଗାଁର ରବି ସାହୁ, କୃଷ୍ଣପୁର ଗାଁର ଉଲ ପାତ୍ର ଓ ହିମାଂଶୁ ପ୍ରଧାନଙ୍କ ୫ ଏକରରୁ ଉର୍ଦ୍ଧ ପାଚିଲା ଧାନଫସଲକୁ ହାତୀପଲ ଦଳିମକଚି ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ବାରମ୍ବାର ହାତୀପଲ ଧାନଫସଲ ନଷ୍ଟ କରୁଥିବା ବେଳେ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି।
