ଅଶ୍ୱସ୍ଥ ଗଛ ପଡି ରାସ୍ତା ଅବରୋଧ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଚ୍ୟୁତପୁର ଗ୍ରାମ ପଞ୍ଚାୟତ ନନ୍ଦପୁର ଗ୍ରାମରେ ଲଗାଣ ବର୍ଷାରେ ଏକ ଅଶ୍ୱସ୍ଥ ଗଛ ଓପୁଡି ପଡିବା କାରଣରୁ ଆନୁମାନିକ ୪ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଖଇରା ଅଗ୍ନିଶମ ବାହିନୀ ଘଟନାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇ ପଡିଥିଲା । ଉକ୍ତ ଗଛ ପଡି ଗ୍ରାମ ହରିହାଟ ଘର ଭାଙ୍ଗିରୁଜି ଯାଇଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
