ସିଂହଦ୍ୱାର ଗୋସାଣୀଯାତ ବର୍ଷା ଯୋଗୁ ସ୍ଥଗିତ
ପୁରୀ : ଗତକାଲି ବିଜୟା ଦଶମୀ ପରେ ଆଜି ବଭିନ୍ନ ସାହିର ଗୋସାଣୀମାନେ ସିଂହଦ୍ୱାରରେ ଏକତ୍ରିକରଣ ହୋଇ ଦେବୀସଭା ସହ ଭଦାଣୀ ଉତ୍ସବ ଅନୁଷ୍ଠିତ ହୋଇଥାନ୍ତା । ସକାଳୁ ପୁରୀରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ଆଲେଚନା କରି ଆଜିର ଗୋସାଣୀ ଯାତକୁ ସ୍ଥଗିତ ରଖିଥିବା ସମ୍ପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ ଓ କମିଟିର ସଂପାଦକ ଅନିରୁଦ୍ଧ ରାଉତ ସୂଚନା ଦେଇଛନ୍ତି ।
