ଚନ୍ଦନପୁରରେ ଗାନ୍ଧୀ ଜୟନ୍ତୀରେ ଗ୍ରାମସଭା ଓ ସ୍ୱଚ୍ଛତା ଅଭିଯାନ
ବାରିପଦା : ବାରିପଦା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମ ପଞ୍ଚାୟତ ଠାରେ ଗାନ୍ଧିଜୟନ୍ତୀ ପାଳନ ଅବସର ରେ ଏକ ଗ୍ରାମସଭା ସହ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସର ରେ ଚନ୍ଦନପୁର ସରପଞ୍ଚ ବାବୁଲାଲ ମୁର୍ମୁ, ପଞ୍ଚାୟତ ସମିତି ସଭ୍ୟ ରୀନା ଦେହୁରୀ, ପିଇଓ ସପନ କୁମାର ଦାସ, ଜିଆରଏସ ମାନସିଂ ବାବୁ, ମାଷ୍ଟର ଟ୍ରେନର କରୁଣାକର ନାଥ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିବା ସହ ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମୀ ଏବଂ ସିଆରପି ମାନେ କାର୍ଯ୍ୟକ୍ରମରେ ଭାଗନେଇ ସ୍ୱଚ୍ଛତା ଶପଥପାଠ କରିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ ।
