ସ୍ୱଚ୍ଚତାକୁ ନେଇ ଉଠିଲା ପ୍ରଶ୍ନ କୁଢ କୁଢ ଅଳିଆ ଆବର୍ଜନାରେ ଗାଙ୍ଗୋତ୍ରୀ ନଗର ବାସୀ ହନ୍ତସନ୍ତ(ଲିଙ୍ଗିପୁର ପଞ୍ଚାୟତ )
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ପଞ୍ଚାୟତ ଗାଙ୍ଗୋତ୍ରୀ ନଗର ରୋଡ-୩ ଅଳିଆ ଆବର୍ଜନା ରାସ୍ତା କଡରେ ପଡି ରହୁଛି । ଯାହାଫଳରେ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଯେହେତୁ କି ଏଇଟା ପଞ୍ଚାୟତ ଅଞ୍ଚଳ ମୁନିସିପାଲିଟି ଭଳିଆ ସ୍ୱଚ୍ଛତା ଉପରେ ଗୁରୁତ୍ୱ ନାହିଁ । କୁଢ କୁଢ ଅଳିଆ ଆବର୍ଜନା ନାହିଁ ନଥିବା ଦୁର୍ଗନ୍ଧରେ ଅଞ୍ଚଳବାସୀ ଅଣନିଶ୍ୱାସୀ । ବିଡମ୍ବନାର ବିଷୟ ଏହା କି ଯେ ସ୍ଥାନୀୟ ଅଂଚଳରେ ଡଷ୍ଟବିନ୍ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପଞ୍ଚାୟତ ମୁଖ୍ୟ ଏହି ୱାର୍ଡ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଅତୀତରେ ଦିବଙ୍ଗତ ୱାର୍ଡ ମେମ୍ବର ଇଂ ସୁଶ୍ରୀ ଶେଫାଳୀ ମହାନ୍ତି କ୍ରମାଗତ ଭାବେ ଡଷ୍ଟବିନ ବସାଇବା ପାଇଁ ଦାବି କରିଥିଲେ । ଗାଙ୍ଗୋତ୍ରୀ ନଗର ରୋଡ -୩ରେ ୩ଟା, ନାଲକୋ କଲୋନୀରେ ୨ଟା, ଏବଂ ଗାଙ୍ଗୋତ୍ରୀ ନଗର ୧, ୨ ରେ ୨ଟା ଲେଖାଏଁ ପଞ୍ଚାୟତ ର ମୁଖ୍ୟଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ । ଏହା ଭିତରେ ପଞ୍ଚାୟତ ଗଠନର ୮ ମାସ ହେବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କର୍ଣ୍ଣପାତ କରୁନାହାଁନ୍ତି । ଡେଙ୍ଗୁ, ମ୍ୟାଲେରିଆ, ହଇଜା ଇତ୍ୟାଦି ମହାମାରୀ ରୋଗ ବ୍ୟାପିବାରେ ଆଶଙ୍କା ସୃଷ୍ଟି ହୋଇଛି । ବହୁ ବରିଷ୍ଠ ନାଗରିକ, କୁନି ପିଲା, ଏହି ଅଂଚଳରେ ରହିଥିବାବେଳେ ଅଳିଆ, ଆବର୍ଜନା ଦ୍ୱାରା ରାସ୍ତାରେ ଗମନାଗମନ କରିବା ମଧ୍ୟ ମୁସ୍କିଲ୍ ହୋଇପଡିଛି । ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଡଷ୍ଟବିନ ବସାଇବା ପାଇଁ ଲିଙ୍ଗିପୁର ପଞ୍ଚାୟତରେ ପଞ୍ଚାୟତର ମୁଖ୍ୟ ନିଜେ ଦାୟତ୍ୱ ନେଇଥିବା ବେଳେ କେବଳ ଇନ୍ଦ୍ରା କଲୋନୀରେ(ଯୋଉଟା କି ନାଏବ ସରପଞ୍ଚଙ୍କ ୱାର୍ଡ)ରେ ଦୁଇଟି ବସେଇ ଚୁପଚାପ୍ ବସି ପଡିଛନ୍ତି । ରାଜ୍ୟ ସରକାର ସ୍ୱଚ୍ଛତାକୁ ନେଇ ବହୁ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ବାସ୍ତବରେ ଏହା ଏକ ଧୁଆଁବାଣ ବୋଲି ପ୍ରଚାର ହେଉଛି । ଡଷ୍ଟବିନ୍ର କାର୍ଯ୍ୟ ନିଜେ ସରପଂଚ ବୁଲିକି ଦେଖଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି । ଏହି ନିକଟରେ ସ୍ୱଚ୍ଛତା ଅଭିଯାନରେ ନିଜ ୱାର୍ଡ ସଭ୍ୟମାନଙ୍କୁ ଧରି ତାଙ୍କ ନିଜ ଅଂଚଳ ଲିଙ୍ଗିପୁର ଏମଂ ନାଥପୁରରେ ଲୋକ ଦେଖାଣିଆକୁ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ୱାର୍ଡ ସଭ୍ୟ ତାଙ୍କ ୱାର୍ଡକୁ ସଫା ନକରି ସରପଂଚ ପଳାଇଥିବାରୁ ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଥିଲା । ଏଠାରେ ପ୍ରଶ୍ନ ଉୁଠୁଛି ସ୍ୱଚ୍ଛତାରେ ବି କଣ ରାଜନୀତି? ଜିଲ୍ଲାପାଳ ମହୋଦୟ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଗାଙ୍ଗୋତ୍ରୀ ନଗରରେ ୧୦ଟି ଡଷ୍ଟବିନ୍ ଏବଂ ସଫାସୁତୁରା ରଖିବା ପାଇଁ ଏବଂ ମଶାଗାଡି ପ୍ରତ୍ୟେକ ଦିନ ଅଂଚଳରେ ବୁଲିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବୀ ହୋଇଛି ଏବଂ ସ୍ଥାନୀୟ ଅଂଚଳବାସୀ ଚେତାବନୀ ଦେଇଛନ୍ତି ଆଗାମମୀ ୨୦୨୪ ସାଧାରଣ ନିର୍ବାଚନରେ ଲୋକମାନେ ତାର ପ୍ରତିଫଳନ କରିବାକୁ ପଛେଇବେ ନାହିଁ ।
