ବିଳମ୍ବରେ ଆରମ୍ଭ ହେବ ପ୍ରଥମ ଦିନିକିଆ, କମିପାରେ ଓଭର
ଲକ୍ଷ୍ନୌ: ଆଜିଠାରୁ ଘରୋଇ ମାଟିରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ସିରିଜ ଆରମ୍ଭ କରିବାକୁ ଯାଉଛି ଭାରତ। ଆଜି ଉଭୟ ଦଳ ସେମାନଙ୍କର ପ୍ରଥମ ଦିନିକିଆ ଖେଳିବେ। ତେବେ ବର୍ଷା କାରଣରୁ ପ୍ରଥମ ଦିନିକିଆ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ ପ୍ରବଳ ବର୍ଷା କାରଣରୁ ଏହି ମ୍ୟାଚ ଆରମ୍ଭରୁ ବିଳମ୍ବ ହୋଇଛି। ଏହି କାରଣରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହେବ। ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟରରେ ଏହି ସୂଚନା ଦେଇଛି।
କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନିକିଆ ମ୍ୟାଚର ପ୍ରଥମ ବଲ ଭାରତୀୟ ସମୟ ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ଏଥିରେ କିଛି ପରିବର୍ତ୍ତନ କରିଛି। ଲକ୍ଷ୍ନୌରେ ପ୍ରବଳ ବର୍ଷା କାରଣରୁ ଏଠାରେ ପିଚ ଓଦା ହୋଇଥିବା ନେଇ ବିସିସିଆଇ କହିଛି। ସେପଟେ ପ୍ରବଳ ବର୍ଷା କାରଣରୁ ମ୍ୟାଚ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ବୋଲି ବିସିସିଆଇ ସୂଚନା ଦେଇଛି। ଫଳରେ ଭାରତୀୟ ସମୟ ଦିନ ଦୁଇଟାରେ ଟସ ପଡ଼ିବା ନେଇ ଜଣାପଡ଼ିଛି।
ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ କଥା ହେଉଛି ଯେ ଲକ୍ଷ୍ନୌରେ ବର୍ତ୍ତମାନ ବର୍ଷା କମିଯାଇଛି। ପାଗ ମେଘୁଆ ରହିଛି। ମ୍ୟାଚ ଖବର ସଂଗ୍ରହ କରିବାକୁ ଆସିଥିବା ସାମ୍ବାଦିକମାନେ କହିଛନ୍ତି କି ଲକ୍ଷ୍ନୌରେ ବର୍ଷା ଛାଡ଼ିଯାଇଛି। ସାମାନ୍ୟ ପବନ ବହିବାରେ ଲାଗିଛି। ତେବେ ପବନ କମିଯିବା ପରେ ମ୍ୟାଚ ଆରମ୍ଭ ହେବାର ସମ୍ଭାବନା ରହିଛି।
ସେପଟେ ପ୍ରଥମ ଦିନିକିଆରେ ଓଭର ମଧ୍ୟ କମିବାର ସମ୍ଭାବନା ରହିଛି। ସମୟ କମିଯିବା ଫଳରେ ଏହି ମ୍ୟାଚ ୪୫ ଓଭର ବିଶିଷ୍ଟ ସମ୍ଭାବନା ରହିଛି। ତେବେ କେତେ ଓଭର ଖେଳାଯିବା ତାହା ବିସିସିଆଇ ପକ୍ଷରୁ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ ଭାରତୀୟ ଦଳର ଶିଖର ଧଓ୍ୱନ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ତେମ୍ବା ବୁଭାମା ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଉଛନ୍ତି।
ଭାରତ: ଶିଖର ଧୱନ, ଶୁଭମନ ଗିଲ, ଶ୍ରେୟାସ ଆୟାର, ଇଶାନ କିଶାନ, ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ମହମ୍ମଦ ସିରାଜ,
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡିକକ, ଜାନେମନ ମଲାନ, ତେମ୍ବା ବାଭୁମା, ଏଡେନ ମାର୍କରାମ, ହେନେରିକ କ୍ଲାସେନ, ଡେଭିଡ଼ ମିଲର, ଏଣ୍ଡିଲ ଫେହଲୁକବାୟୋ, କେଶବ ମହାରାଜ, ମାର୍କୋ ଜେନସେନ, ଲୁଙ୍ଗି ଏନଗିଡ଼ି ଓ କାଗିସୋ ରାବଡ଼ା
